Pratidin TV

Odisha's Digital News Platform

ଗଣେଶ ପୂଜାରେ ଶସ୍ତା ହେଲା ସୁନା , ଜାଣନ୍ତୁ କେତେ ?

1 min read

ଗଣେଶ ଚତୁର୍ଥୀ ଅବସରରେ ଖସିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ସୁନାର ମୂଲ୍ୟ କଟକ-ଭୁବନେଶ୍ୱରରେ ସାମାନ୍ୟ ଖସିଛି । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୮୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୮୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୮୦ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୩୩୪ ଟଙ୍କା ରହିଛି।

ଏହାପରେ କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୬୮୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୬୮ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୩,୭୬୦ ଟଙ୍କା ରହିଛି ।

Advertisement

ରୁପା ଦର ମଧ୍ୟ ହ୍ରାସ ପାଇଛି -ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୩ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୪୭ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୩୪୦ ଓ ୧ କେଜି ପିଛା ୯୩,୪୦୦ ଟଙ୍କା ରହିଛି ।

Leave a Reply

Your email address will not be published. Required fields are marked *