ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ହରାଇଥିଲେ ଗୋଡ, ୨୨ ବର୍ଷ ପରେ ସେନା ଯବାନ ହାତିଲେ ପଦ
1 min readଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୋଡ଼ ହରାଇଲେ | ବର୍ତ୍ତମାନ ୨୨ ବର୍ଷ ପରେ ସେନା ଯବାନ ପାରାଲମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ | ପ୍ୟାରିସ ପାରାଲମ୍ପିକ୍ସର ଅଷ୍ଟମ ଦିନରେ ନାଗାଲାଣ୍ଡର ହୋକାଟୋ ସେମା ଭାରତର ୨୭ ତମ ପଦକ ଜିତିଛନ୍ତି | ସେ ପୁରୁଷ ସଟର ଫାଇଟ ୫୭ ବର୍ଗରେ ଏହି ପଦକ ଆଣିଛନ୍ତି | ୪0 ବର୍ଷ ବୟସ୍କ ହୋକାଟୋ ୧୪.୬୫ ମିଟିର ଫିଙ୍ଗି ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଛନ୍ତି | ତେବେ ପାରାଲମ୍ପିକ୍ସରେ ପଦକ ଜିତିଥିବା ନାଗାଲାଣ୍ଡର ହୋକାଟୋ ସେମା ହେଉଛନ୍ତି ପ୍ରଥମ ଖେଳାଳି | ତୃତୀୟ ପ୍ରୟାସରେ ସେ ୧୪.୬୫ ମିଟର ଫିଙ୍ଗି ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି | ଏହାପରେ ସେ ଚତୁର୍ଥ ସ୍ଥାନ ଉତ୍ତୀର୍ଣ୍ଣ କରି ୧୪ .୭୫ ମିଟର ଫିଙ୍ଗିଥିଲେ | ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ହୋଇଥିଲା |
ତେବେ ପାରାଲମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ହୋକାଟୋ ଅନ୍ତର୍ଜାତୀୟ ସ୍ଥରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଆସିଛନ୍ତି | ତେବେ ସେ ଏସିଆ ପାରାଗେମ ୨0୨୨ରେ ବ୍ରୋଞ୍ଜ ପଦକ ପାଇଥିଲେ | ସେ ୨0୨୨ ମସିହାରେ ମୋରୋକୋ ଗ୍ରାଣ୍ଡଫିକ୍ସରେ ରୌପ୍ୟ ପଦକ ମଧ୍ୟ ଆଣିଛନ୍ତି | ଏହାବ୍ୟତୀତ ସେ ୨0୨୪ ବିଶ୍ୱ ଚାମ୍ପିଅନସିପରେ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି | ତାଙ୍କର ଏଭଳି ସଫଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଥା ହୋଇଛନ୍ତି ଓ ତାଙ୍କୁ ଢେର ସାରା ଶୁଭେଚ୍ଛା ଜଣାଇଛନ୍ତି |