Pratidin TV

Odisha's Digital News Platform

ଅମ୍ବାନୀ ଘର ର ସାନବୋହୁ ହେଲେ ଗର୍ଭବତୀ ! ଶାଶୁ ନିତା ଅମ୍ବାନୀ ନେଉଛନ୍ତି ବୋହୂର ଏପରି ଯତ୍ନ …

1 min read

ବିବାହର ଦୁଇମାସ ମଧ୍ୟରେ ଅନନ୍ତ  ରାଧିକା ଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି । ଖୁବଶୀଘ୍ର ବାପା ମାଆ ହେବାକୁ ଯାଉଛନ୍ତି ରାଧିକା ଅନନ୍ତ । ଚଳିତ ବର୍ଷ ଜୁଲାଇ ମାସରେ  ବିବାହ କରିଥିଲେ ଅନନ୍ତ ରାଧିକା । ଦେଶର ସବୁଠୁ ବଡ଼ ବିବାହ  ।ହଲିଉଡରୁ ବଲିଉଡ ପର୍ଯ୍ୟନ୍ତ ଅନେକ ତାରକା ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ । ଏହି ବିବାହରେ ବିଶ୍ଵର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ମଧ୍ୟ ଭାଗ ନେଇଥିଲେ । ଏଭଳି ପରିସ୍ଥିତିରେ ଦମ୍ପତିଙ୍କ ବିବାହ ହେବାର ପ୍ରାୟ ୨ ମାସ ବିତିଗଲାଣି।

ତେବେ ଗଣେଶ ଚତୁର୍ଥୀ ଅବସରରେ ଅମ୍ବାନୀ ପରିବାର ଗଣପତି ବାପ୍ପାଙ୍କୁ ନିଜ ଘରେ ଆଣ୍ଟିଲିଆରେ ସ୍ଥାପନ କରିଛନ୍ତି ।ଏହି ସମୟ ମଧ୍ୟରେ ଅନେକ ତାରକା ଗଜାନନଙ୍କୁ ଦର୍ଶନ କରିବାକୁ ଆସିଥିଲେ ।  ଠିକ ସେହି ସମୟରେ ରାଧିକା ନିଜ ଶାଶୁ ସ୍ୱାମୀଙ୍କ ସହ ଗଣମାଧ୍ୟମ ସାମ୍ନାକୁ ଆସିଲେ। ତେବେ ତାଙ୍କୁ ଦେଖିବା ପରେ ସମସ୍ତେ ଅନୁମାନ କରୁଛନ୍ତି ଯେ ସେ ଖୁବ୍ ଶୀଘ୍ର ମା ହେବାକୁ ଯାଉଛନ୍ତି। ହେଲେ ଏଥିରେ କେତେ ଦୂର ସତ । ତାହା ଆଗକୁ ଜଣାପଡିବ।

Advertisement

Leave a Reply

Your email address will not be published. Required fields are marked *