Pratidin TV

Odisha's Digital News Platform

ବଢିଲା ମମତାଙ୍କ ଅଡୁଆ ; କୋଲକାତା ଲଜ୍ଜ୍ୟାକୁ ମାସେ ପୁରିବାଦିନ ଦଳରୁ ଇସ୍ତଫା ଦେଲେ TMC ସାଂସଦ ଜବାହର …

1 min read

ଅଡୁଆରେ ମମତା । ଆର.ଜି କର ହସ୍ପିଟାଲ ଘଟଣାକୁ ବିରୋଧ କରି ଟିଏମସି ରାଜ୍ୟସଭା ସାଂସଦ ‘ଜବାହର ସିର୍କର’ ସରକାର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ ମମତା ସରକାର ରାଜ୍ୟକୁ ଶାନ୍ତି ଫେରାଇ ଆଣିବା ପାଇଁ ଦୋଷୀକୁ କଠୋର ଦଣ୍ଡ ଦେବା ଉଚିତ୍। କିନ୍ତୁ ମମତା ସରକାର ସେମିତି କିଛି କରିନାହାନ୍ତି । ସେ କୌଣସି ଠୋସ୍ ପଦକ୍ଷେପ ନେଇ ନାହାଁନ୍ତି। ବର୍ତ୍ତମାନ ସେ ଯାହା ପଦକ୍ଷେପ ନେଇଛନ୍ତି, ତାହା ବହୁତ ବିଳମ୍ବ ହୋଇସାରିଛି।

Advertisement

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଆର.ଜି କର ହସ୍ପିଟାଲରେ ଘଟିଥିବା ଭୟଙ୍କର ଘଟଣା ପରେ ମୁଁ ଅତ୍ୟନ୍ତ ଦୁଃଖିତ। ମୁଁ ଆଶା କରୁଥିଲି ମମତା ବାନାର୍ଜୀ ଏହି ଘଟଣାରେ ତାଙ୍କ ପୁରୁଣା ଢଙ୍ଗରେ ହସ୍ତକ୍ଷେପ କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ।’
ତେଣୁ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଜବାହର ସରକାରଙ୍କ ଇସ୍ତଫା ପରେ ଦଳ ଭିତରେ ଅଧିକ ଅଶାନ୍ତି ଲାଗିପାରେ ବୋଲି ଆଶଙ୍କା କରାଯାଉଛି ।

ଉଲ୍ଲେଖ ଥାଉ କି ତୃଣମୂଳ କଂଗ୍ରେସ ଅଗଷ୍ଟ ୨୦୨୧ ରେ ଜବାହାର ସରକାରଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଥିଲା। ପଶ୍ଚିମବଙ୍ଗରେ ୧୬ଟି ରାଜ୍ୟସଭା ଆସନ ଅଛି। ଏଥିରେ ଟିଏମସି ହାତରେ ୧୩ଟି, ବିଜେପି ହାତରେ ୨ଟି, କଂଗ୍ରେସ ଏବଂ ସିପିଆଇ (ଏମ) ହାତରେ ଗୋଟିଏ ଗୋଟିଏ ଆସନ ରହିଛି।

Leave a Reply

Your email address will not be published. Required fields are marked *