Pratidin TV

Odisha's Digital News Platform

ଟ୍ରେନ ଦୁର୍ଘଟଣା କରିବାକୁ ଟ୍ରାକ ଉପରେ ରଖିଥିଲେ ଗ୍ୟାସ ସିଲିଣ୍ଡର , ଅଳ୍ପକେ ଟଳିଲା ବଡ଼ ଅଘଟଣ!

1 min read

ଟ୍ରେନ ଟ୍ରାକ ଉପରେ ଟ୍ରେନ କୁ ଲାଇନ୍ଚ୍ୟୁଚ୍ କରିବା ପାଇଁ  ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର । ଯେଉଁଥିପାଇଁ ରେଳ ଧାରଣା ଉପରେ ରଖାଯାଇଥିଲା  ଗ୍ୟାସ ସିଲିଣ୍ଡର । ଯେଉଁଥିପାଇଁ ଦ୍ରୁତଗାମୀ ବେଗରେ ମାଡି ଆସୁଥିବା ଟ୍ରେନ ଟି ଟ୍ରାକ ଉପରେ ରଖାଯାଇଥିବା ସିଲିଣ୍ଡରକୁ ଧକ୍କା ଦେଇଥିଲା ଭବାନୀ କାଲିଣ୍ଡି ଏକ୍ସପ୍ରେସ। ହେଲେ ସୌଭାଗ୍ୟ ବଶତଃ  ସିଲିଣ୍ଡରଟି ବିସ୍ଫୋରଣ ନହୋଇ ଧାରାଣା ପାର୍ଶ୍ବକୁ ଛିଟିକି ପଡିବାରୁ ଅଳ୍ପକେ  ଅଘଟଣ ଟଳିଯାଇଛି । ଏପରି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ କାନପୁରରେ ଦେଖିବାକୁ ମିଳିଛି । ରେଳ ସୁରକ୍ଷା ବଳ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡର ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ବୃତ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପୋଲିସ କହିଛି । ସୂଚନା ଅନୁସାରେ, ଗତକାଲି (ରବିବାର) ବିଳମ୍ବିତ ସନ୍ଧ୍ୟାରେ ପ୍ରୟାଗରାଜ-ଭବାନୀ ‘କାଳିନ୍ଦୀ ଏକ୍ସପ୍ରେସ’ କାନପୁରରର ଅନୱାରଗଞ୍ଜ-କସଗଞ୍ଜ ରୁଟରେ ଯାତ୍ରା କରୁଥିଲା ।

ରେଳ ଧାରଣାରେ ଏକ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ହେଲେ ବେଗ ଅଧିକ ଥିବା କାରଣରୁ ଲୋକୋ-ପାଇଲଟ ଟ୍ରେନ ରୋକି ପାରିନଥିଲେ । ଟ୍ରେନଟି ସିଲିଣ୍ଡକୁ ଧକ୍କା ଦେଇଥିଲା । ସିଲିଣ୍ଡରଟି ଧାରଣା ପାର୍ଶ୍ବରୁ ଛିଟିକି ପଡିଥିଲେ ସୁଦ୍ଧା ବିସ୍ଫୋରଣ ହୋଇନଥିଲା । ଏ ସମ୍ପର୍କରେ ଲେକୋ-ପାଇଲଟ ତୁରନ୍ତ ନିକଟସ୍ଥ ଷ୍ଟେସନ ଓ ରେଳବାଇ ପୋଲିସକୁ ଅବଗତ କରିଥିଲେ । ସୂଚନା ପାଇବା ମାତ୍ରେ ‘ଆରପିଏଫ’ ଇନ୍ସପେକ୍ଟର ଓ.ପି ମୀନାଙ୍କ ନେତୃତ୍ବରେ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସିଲିଣ୍ଡରକୁ ଜବତ କରିଛନ୍ତି । ସେଥିରେ ପୁରା ମାତ୍ରାରେ ଗ୍ୟାସ ମଧ୍ୟ ରହିଛି । ତେଣୁ କେହି ଦୁର୍ବୃତ୍ତ ରେଳ ଦୁର୍ଘଟଣାଗ୍ରସ୍ତ କରିବା ଉଦ୍ଦେଶ୍ୟରେ ଏପରି କରିଥିବାର ସ୍ପଷ୍ଟ ଅନୁମାନ ସହ ପୋଲିସ ତଦନ୍ତ ଆରମ୍ଭ କରିଛି । ଉକ୍ତ ସ୍ଥାନକୁ ସିଲିଣ୍ଡର କେମିତି ଓ କେଉଁ ମାଧ୍ୟମରେ ଆସିଲା, ସେନେଇ ତଦନ୍ତ କରାଯାଇ ଦୁର୍ବୃତ୍ତକୁ ଠାବ କରିବା ପାଇଁ ପ୍ରୟାସ କରାଯାଉଛି ।

Leave a Reply

Your email address will not be published. Required fields are marked *