Pratidin TV

Odisha's Digital News Platform

ରିଲ୍ସ ଚକ୍କର ରେ ଚାଲିଗଲା ଜୀବନ : ସାପ ସହ ଭିଡିଓ କରି ଚାଲିଗଲା ଯୁବକ ର ଜୀବନ ..

1 min read

ପିଲାଠୁ ଆରମ୍ଭ କରି ବୟସ୍କ, ସମସ୍ତଙ୍କୁ ଘାରିଛି ରିଲ୍ସ ନିଶା। ସୋଶାଲ ମିଡିଆରେ ରିଲ୍ସ ତିଆରି କରିବା ପାଇଁ ଲୋକେ ପାଗଳ। ଏଥିପାଇଁ ନିୟମ କାନୁନ ମାନୁ ନାହାନ୍ତି ଯୁବପିଢ଼ି। କେବଳ ସେତିକି ନିଜ ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ତେବେ ବେଳେ ବେଳେ ଏହି ରିଲ୍ସ ତିଆରି କରିବା ନିଶାରେ ଅନେକ ପ୍ରାଣା ହରାଉଛନ୍ତି। ନିକଟରେ ଏଭଳି ହିଁ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନା ରୁ । ରିଲ୍ସ କରିବା ପାଇଁ  ସାପ ସହ ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କର ସାପ ଦଂଶନରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଶୁକ୍ରବାର ପୁଲିସ ପକ୍ଷରୁ ଏହି ସୂଚନା ମିଳିଥିଲା । ପୁଲିସ କହିଥିଲା, ଯୁବକ ଜଣକ ସାପ ସହ ଷ୍ଟଣ୍ଟ କରୁଥିବା ସମୟରେ ସାପ ଦଂଶନ କରିଥିଲା । କାମାରେଡ୍ଡୀ ଜିଲାରେ ସାପ ଧରୁଥିବା ଜଣେ ଯୁବକ ଷ୍ଟଣ୍ଟ ଦେଖାଇବା ପାଇଁ ସାପକୁ ପାଟିରେ ଧରି ଥିଲେ ।ସାପ ଦଂଶନ ପରେ ଯୁବକଙ୍କୁ ହସ୍ପିଟାଲ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଯୁବକ ଜଣକ ସାପ ସହ ଷ୍ଟଣ୍ଟ କରୁଥିବା ଦେଖିପାରିବେ । ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।

Advertisement

Leave a Reply

Your email address will not be published. Required fields are marked *