Pratidin TV

Odisha's Digital News Platform

ଦେଶରେ ପ୍ରଥମ ମଙ୍କିପକ୍ସ ରୋଗୀକୁ ଚିହ୍ନଟ ପରେ ସମସ୍ତ ରାଜ୍ୟକୁ ଚିଠି ଲେଖି ମାର୍ଗଦର୍ଶିକା ଜାରି କଲା କେନ୍ଦ୍ର

1 min read

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ। ଦିଲ୍ଲୀରେ ଚିହ୍ନଟ ଆକ୍ରାନ୍ତ ମଙ୍କିପକ୍ସ ପଜିଟିଭ ଥିବା ଜଣାପଡ଼ିଛି। ସନ୍ଦେହରେ ସଂଗରୋଧରେ ବ୍ଯକ୍ତି ଜଣଙ୍କୁ ରଖାଯାଇଛି। ତେବେ ସନ୍ଦିଗ୍ଧ ଜଣଙ୍କର ରିପୋର୍ଟ ନୂଆ ଷ୍ଟ୍ରେନର ନଥିବା ଜଣାପଡିଛି। ଏହି ଷ୍ଟ୍ରେନରେ ଏତେଟା ବିପଦ ନାହିଁ। ପ୍ରୋଟୋକଲ ଅନୁଯାୟୀ ଆଡଭାଇଜରି ଜାରି ହୋଇଛି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଜଳ, ସ୍ଥଳ, ଆକାଶ ଦେଇ ଆସୁଥିବା ସମସ୍ତ ଯାତ୍ରୀଙ୍କ ଉପରେ ନଜର ରଖାଯାଇଛି।ଚିହ୍ନଟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ସ୍ଥିତି ତଦାରଖ କରାଯାଉଛି। ମଙ୍କିପକ୍ସ ରୋକିବାକୁ ପ୍ରତିଷେଧକମୂଳକ ପଦକ୍ଷେପ ସହ ଲକ୍ଷଣ ଏବଂ କାରଣ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଘୋଷଣା କରିଥିବା ମାରାତ୍ମାକ କ୍ଲେଡ ୧ରେ ଯୁବକ ଜଣଙ୍କ ଆକ୍ରାନ୍ତ ହୋଇନାହାନ୍ତି । ସେ କ୍ଲେଡ ୨ ଜନିତ ମଙ୍କିପକ୍ସ ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି ।

ତେବେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏମ୍‌ପକ୍ସକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ, ଲକ୍ଷଣ ଓ କାରଣ ସଂପର୍କରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ଉପଦେଶାବଳି ଜାରି ହୋଇଛି। ସ୍ୱାସ୍ଥ୍ୟ ସଚିବ ଅପୂର୍ବ ଚନ୍ଦ୍ରାଙ୍କ ପକ୍ଷରୁ ଜାରି ଉପଦେଶାବଳିରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନୂତନ ସଂକ୍ରମଣ ନେଇ ସତର୍କ ରହିବା, ପରୀକ୍ଷା ପାଇଁ କାର୍ଯ୍ୟକ୍ଷମ ପରୀକ୍ଷାଗାରଗୁଡ଼ିକର ତାଲିକା କରିବା, କ୍ଲିନିକାଲ ପରିଚାଳନା ପ୍ରୋଟୋକଲ୍ ପାଳନ କରିବା, ସଂକ୍ରମଣ ପ୍ରତିରୋଧ ଓ ନିୟନ୍ତ୍ରଣ ଅଭ୍ୟାସ ଆଦି ଉପରେ ପରାମର୍ଶ ରହିଛି। ବିଶେଷ କରି ରାଜ୍ୟ ଓ ଜିଲ୍ଲାରେ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଜନସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିବା, ଉଭୟ ସନ୍ଦିଗ୍ଧ ଓ ନିଶ୍ଚିତ ମାମଲାର ଯତ୍ନ ନେବା ପାଇଁ ଡାକ୍ତରଖାନାରେ ଆଇସୋଲେସନ ସୁବିଧା ଚିହ୍ନଟ କରିବା, ଆବଶ୍ୟକ ଲଜିଷ୍ଟିକ୍ ଓ ତାଲିମପ୍ରାପ୍ତ ମାନବ ସମ୍ବଳର ଉପଲବ୍ଧତା ତଥା ସଂପ୍ରସାରଣ ଯୋଜନାର ସମୀକ୍ଷା କରିବାକୁ ଚନ୍ଦ୍ରା ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥିତିକୁ ଆଖି ଆଗରେ ରଖି କରୋନା ଭଳି ମାର୍ଗଦର୍ଶିକା ଜାରି କରିଛନ୍ତ୍ତି କେନ୍ଦ୍ର ସରକାର | ସବୁ ରାଜ୍ୟକୁ ଆଡ଼ଭାଇଜର ଜାରି କରାଯଇଛି | ଇନ୍ଟରନ୍ୟାଶନାଲ ଏୟାରପୋର୍ଟରେ ଯାଞ୍ଚ କଡାକଡି କରିବାକୁ ପରାମର୍ଶ ଦିଆଯାଇଛି |

Advertisement

Leave a Reply

Your email address will not be published. Required fields are marked *