Pratidin TV

Odisha's Digital News Platform

ସାରାଙ୍କୁ ଛାଡ଼ି ଏହି ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ଶୁଭମନ ଗିଲ!

1 min read

ଭାରତୀୟ କ୍ରିକେଟର ଶୁଭମନ ଗିଲ୍ ସେପ୍ଟେମ୍ବର ୮ ତାରିଖରେ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କ ଜନ୍ମଦିନ ପାର୍ଟିର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭାରତୀୟ କ୍ରିକେଟରମାନେ ବିଶେଷକରି ଅଭିନେତ୍ରୀମାନଙ୍କ ସହ ସମ୍ପର୍କ ରଖୁଥିବା ଚର୍ଚ୍ଚାରେ ରହିଥାନ୍ତି। ସେହିଭଳି ଶୁବମନ ଗିଲ୍ ମଧ୍ୟ ସମାନ ଗୁଜବର ଶିକାର ହୋଇଛନ୍ତି। ବର୍ତ୍ତମାନ ଚର୍ଚ୍ଚା ଚାଲିଛି ଯେ, ବଲିଉଡ୍ ଅଭିନେତ୍ରୀ ଅବନୀତ କୌରଙ୍କ ସହିତ ଗିଲ୍ ବୋଧହୁଏ ସମ୍ପର୍କରେ ରହିଛନ୍ତି। ବାସ୍ତବରେ, ଗିଲ୍ ଙ୍କ ଜନ୍ମଦିନ ଅବସରରେ ଅବନୀତ କୌର ତାଙ୍କ ଇନଷ୍ଟାଗ୍ରାମରେ ଏକ କାହାଣୀ ଅପଡେଟ କରିଥିଲେ, ଯାହା ଗିଲ୍ ଏବଂ ଅବନୀତ ଏକାଠି ନଜର ଆସୁଛନ୍ତି। ଅବନୀତ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ ଯେ, “ଶୁବମନ, ଜନ୍ମଦିନରେ ଅନେକ ଅନେକ ଅଭିନନ୍ଦନ। ଆପଣ ଏହିପରି ପ୍ରେରଣା ଦେଇଚାଲିଥାନ୍ତୁ। ମୁଁ ଆପଣଙ୍କ ପାଇଁ ବହୁତ ଗର୍ବିତ।”

ଗିଲଙ୍କ ନାମ ସାରା ତେନ୍ଦୁଲକରଙ୍କ ସହିତ ଜଡିତ ଥିଲା, କିନ୍ତୁ ବର୍ତ୍ତମାନ ଲାଗୁଛି ଏହା ସମାପ୍ତ ହୋଇଛି। କିନ୍ତୁ ସମ୍ପ୍ରତି, ଅନେକ ଥର ଶୂବମନ୍ ଗିଲ୍ ଏବଂ ଅବନୀତ ଏକାଠି ଦେଖାଯାଇଛନ୍ତି, ଯାହା ନିଶ୍ଚିତ ଭାବରେ ସେମାନଙ୍କ ସମ୍ପର୍କର ଖବର ନିଶ୍ଚିତ ହୋଇଛି।  ଡିସେମ୍ବର ୨୦୨୩ରେ , ଶୁବମନ ଗିଲ୍ ଏବଂ ଅବନୀତ କୌର ଲଣ୍ଡନରେ ବୁଲୁଥିବାର ଦେଖିବାକୁ ମିଳିଥିଲେ । ସେହି ସମୟରେ ଅବନୀତ ଇନଷ୍ଟାଗ୍ରାମରେ ଶୁବମନଙ୍କ ଫଟୋ  ସେୟାର କରିଥିଲେ ଯାହା ପରେ ତାଙ୍କ  ଡେଟର ଗୁଜବକୁ ଅଧିକ ଚର୍ଚ୍ଚା ହୋଇଥିଲା । ତଥାପି ଗିଲ୍ ଏବଂ କୌରଙ୍କ ପକ୍ଷରୁ ଏହାର କୌଣସି ନିଶ୍ଚିତତା ନାହିଁ। କିନ୍ତୁ ସୋସିଆଲ୍ ମିଡିଆରେ ସେମାନଙ୍କର ସମ୍ପର୍କର ଖବର ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି।

Advertisement

Leave a Reply

Your email address will not be published. Required fields are marked *