Pratidin TV

Odisha's Digital News Platform

ବିଜେପିର ମାଷ୍ଟର ପ୍ଲାନ : ଭିନେଶଙ୍କ ସହ ଲଢେଇ  କରିବେ ଏହି ନେତା ..

ଆଜି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ଦଳ 21 ଜଣଙ୍କ ନାଁ ସାମିଲ କରିଛି । ଦୁଇ ମୁସଲମାନ ପ୍ରାର୍ଥୀଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ଦ୍ୱିତୀୟ ତାଲିକା ସହିତ ବିଜେପି ହରିୟାଣାର 90 ଟି ସିଟ୍ ମଧ୍ୟରୁ 88 ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଥମ ତାଲିକାରେ 67 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଦୁଇଟି ଆସନରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏଥର ହରିୟାଣାର ଜୁଲାନାରେ ହାଇପ୍ରୋଫାଇଲ ଲଢେଇ ହେବା ପାଇଁ ଯାଉଛି ।

ଗୋଟେ ପଟେ କଂଗ୍ରେସ ରେସଲର ତଥା ଅଲିମ୍ପିଆନ ଭିନେଶ ଫୋଗାଟଙ୍କୁ ପ୍ରାର୍ଥା କରିଥିବା ବେଳେ ବିଜେପି କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କୁ ପ୍ରାର୍ଥୀ କରିଛି। ଭିନେଶ କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଜୁଲାନା ଆସନରୁ ପ୍ରାର୍ଥୀ କରିଥିଲା। ଯାହା ପରେ ନିର୍ବାଚନୀ ମୈଇଦାନରେ ତାଙ୍କୁ ବିଜେପି ପକ୍ଷରୁ କିଏ ଟକ୍କର ଦେବ ସେ ନେଇ ଚର୍ଚ୍ଚା ଲାଗି ରହିଥିଲା । ହେଲେ ଆଜି ଏହି ସସପେନ୍ସରୁ ପର୍ଦ୍ଦା ଉଠିଛି ।

Leave a Reply

Your email address will not be published. Required fields are marked *