(ଭିଡିଓ)ବାହାଦୁର ରକୁଲ୍ : ପାଣିଲ ରହିଲେ ୧୧ ଘଣ୍ଟା , ଭାଇରାଲ ହେଲା ଭିଡିଓ
1 min readମୁମ୍ବାଇ : ଏବେ କଙ୍ଗନାଙ୍କ ଟାଟଲ୍ ଚୋରିକରିଛନ୍ତି ଟଲିଉଡ୍ କୁଇନ ରକୁଲ୍ ପ୍ରୀତ ସିଂ । ତାଙ୍କର ଅକ୍ଲାନ୍ତ ପରିଶ୍ରମକୁ ଦେଖି ୟ୍ୟୁଜର୍ସ ମାନେ ତାଙ୍କୁ ଧାକଡ୍ କୁଇନ୍ କହିବା ଆରମ୍ଭ କଲେଣି । ନିକଟରେ ସୋସିଆଲ ମିଡିଆରେ ତାଙ୍କର କିଛି ଭିଡିଓ ଖୁବ୍ ଜୋରରେ ବାରାଲ ହୋଇଥିଲା । ଯାହାକୁ ନେଇ ବଲିଉଡ୍ ତଥା ଟଲିଉଡ୍ରେ ରକୁଲଙ୍କ ଚର୍ଚ୍ଚା ଚାଲିଥିଲା । ବାସ୍ତବରେ ସେ ଭାରି ପରିଶ୍ରମୀ । ତାହା ହୋଇନଥିଲେ ଗତ ମଙ୍ଗଳବାର ସେ ପାଣି ଭିତରେ ଦୀର୍ଘ ୧୧ ଘଣ୍ଟା ସୁଟିଂ କରିନଥାନ୍ତେ । ସେ ବଲିଉଡ୍ ହିରୋଇନ ମାନଙ୍କୁ ନିଜ ପରିଶ୍ରମ ବଳରେ ପଛରେ ପକାଇଦେଇଛନ୍ତି ।
ଥଣ୍ଡା ପାଣିରେ ଯଦିଓ ଏତେ ସମୟ ରହିବା ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ଅଭିଜ୍ଞତା ଥିଲା । ତଥାପି ସେ ସୁଟିଂରେ ନିଜ ଆତ୍ମସନ୍ତୁଷ୍ଠି ଅନୁ୍୍ୟାୟୀ ଅଭିନୟ କରିପାରିଥିବାରୁ ବେଶ୍ ଖୁସି ଅଛନ୍ତି ରକୁଲ୍ । ଥଣ୍ଡାରୁ ବଞ୍ଚିବା ପାଇଂ ସେ କୌଣସି ମେଡିସିନ ନୁହଁ ବରଂ ଆୟ୍ୟୁବେଦିକ କାଢା ପିଇଥିଲେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ରକୁଲ । ଇଷ୍ଟାଗ୍ରାମରେ କିଛି ଭିଡିଓ ସେୟାର କରି ରକୁଲ ନିଜର ଅନୁଭୁତି ପ୍ରକାଶ କରିଥିଲେ । ଯଦିଓ ୨୦୨୨ ର ଥ୍ୟାଙ୍କଗଡ୍ ବ୍ୟବସାୟିକ ରୂପେ ବିଫଳ ହୋଇଥିଲା । ତଥାପି ସେ ୨୦୨୩ କୁ ନେଇ ଅନେକ ଆଗ୍ରହି ଅଛନ୍ତି ।
୨୦୨୩ ରେ ତାଙ୍କର ଏକ ଫିଲ୍ମ ମୁକ୍ତିଲାଭ କରିବ । ଯାହା ନା ‘ଛତ୍ରିୱାଲେ’ । ଏହି ଚଳଚିତ୍ରରେ ରକୁଲ ମୁଖ୍ୟଭୂମିକା ଭାବେ ଏକ କଣ୍ଡମ କମ୍ପାନୀର କର୍ମଚାରିଭାବେ ନଜର ଆସିବେ । ଏହାର କାହାଣୀ ଯୌøନତା ସମ୍ପର୍କିତ ହୋଇଥିଲେ ମଧ୍ୟ ଏହା ସମାଜକୁ ଗୃଢ ସାମାଜିକ ବାର୍ତ୍ତା ପ୍ରଦାନ କରିବ ବୋଲି ରକୁଲ କହିଛନ୍ତିା ଆଉ ମଧ୍ୟ ସେ କହିଛନ୍ତି ଯେ ଏହାକୁ ଲୋକମାନେ ନିଜ ପରିବାର ସହ ଦେଖିପାରିବେ । ଏନେଇ ଆମେ ଖୁବ୍ ଦୃଷ୍ଟି ଦେଇଛୁ ।