Pratidin TV

Odisha's Digital News Platform

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ତୁହାକୁ ତୁହା ବର୍ଷା, ୧୩ ରୁ ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା

1 min read

ଗତ କିଛି ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ୨ ଦିନ ଧରି ପାଗରେ ପରିବର୍ତ୍ତନ ହୋଇଛି | ଫଳରେ ରାଜ୍ୟରେ ଖରା ପ୍ରକୋପ ଦେଖିବାକୁ ମିଳିଛି | ତେବେ ସବୁଠୁ ବଡ ଏକଥା ହେଉଛି ଆଗକୁ ଆସୁଛି ଆଉ ଏକ ବଡ ଲଘୁଚାପ | ଆସନ୍ତାକଲି ଆଉ ଏକ ବଡ ଘୁର୍ଣ୍ଣିବଳୟର ରହିଛି ସମ୍ଭାବନା | ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୧୩ ତାରିଖ ବେଳକୁ ପଶ୍ଚିମବଙ୍ଗ ଉପରେ ରହିବ | ଲଘୁଚାପ କ୍ଷେତ୍ରର ସୃଷ୍ଟି ହେବାର ୨୪ରୁ ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇପାରେ | ଯାହାର ପ୍ରଭାବରେ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ |

ବାଲେଶ୍ୱର, ମୟୁରଭଞ୍ଜ, ସୁନ୍ଦରଗଡ଼, ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି | ସେହିପରି ୧୬ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ସେପଟେ ଓଡିଶା ଉପରେ ଥିବା ଗଭୀର ଅବପାତ ଦୁର୍ବଳ ହେବାରେ ଲାଗିଛି ଏବଂ ଆସନ୍ତା କଲି ଲଘୁଚାପରେ ପରିଣତ ହୋଇ ମଧ୍ୟପ୍ରଦେଶରେ ପ୍ରଭାବ ରହିଛି | ତେବେ ଆଜି ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଆଜି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର,ଯାଜପୁର,କେନ୍ଦ୍ରାପଡା,କଟକ,ଜଗତସିଂହପୁର,ମୟୁରଭଞ୍ଜ,କେଉଁଝରରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି | ତେବେ ଅନ୍ୟପଟେ ୪ ଦିନରେ ଲଗାଣ ବର୍ଷା ପରେ ମାଲକାନଗିରିରେ ମଧ୍ୟ ସ୍ଥିତି ସ୍ୱାଭାବିକ ରହିଛି |

Leave a Reply

Your email address will not be published. Required fields are marked *