Pratidin TV

Odisha's Digital News Platform

ପୁଣି ଥରେ କମ୍‌ବ୍ୟାକ୍‌ କରିବ CID ..

1 min read

ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଟେଲିଭିଜନ୍‌ ଇଣ୍ଡଷ୍ଟ୍ରୀରେ ରାଜ୍‌ କରିଥିବା ସିରିଏଲ୍‌ ସିଆଇଡି ‘CID’ ର ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ପୁଣି ଆଉ ଥରେ ଏହି ସିରିଏଲ୍‌ର ଟିମ୍‌କୁ ଆପଣ ଟିଭି ପରଦାରେ ଦେଖିପାରିବେ।ପୁଣିଥରେ ସସପେନ୍ସ, ଥ୍ରିଲର ଏବଂ ଆକ୍ସନ ସହ ଫେରିବ CIDର ନୂଆ ସିରିଜ ।  ୨୦୧୮ରେ ଏହି ସିରିଏଲ୍‌ ବନ୍ଦ ହୋଇଯାଇଥିଲା। ଏହା ପରେ ଫ୍ୟାନ୍ସ ବହୁତ ମନ ଦୁଃଖ ମଧ୍ୟ କରିଥିଲେ । ହେଲେ ଏବେ ପୁଣିଥରେ ଛୋଟ ପରଦାକୁ ଫେରୁଛି ଲୋକପ୍ରିୟ Detective Series CID ।

  ଏଥିପାଇଁ ସୋନୀ ଚାନେଲ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି । ଏଥିପାଇଁ କିଛି ନୂଆ ଶୋ’ ବନ୍ଦ କରିବାରେ ଲାଗିଛି ଚାନେଲ ।ନିକଟରେ କମେଡିଆନ୍ ଜାକିର ଖାନଙ୍କ ‘ଆପକା ଆପନା ଜାକିର’ ଶୋ’ ବନ୍ଦ ହେବା ପରେ CIDର କମବ୍ୟାକ ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ ।Sony ଚାନେଲ ବର୍ତ୍ତମାନ ଅନେକ କିଛି ଶୋ’ ବନ୍ଦ କରିଛି । ତେବେ ଏହି ସମସ୍ତ ସିରିଏଲ ଏବଂ ଶୋ’ ସ୍ଥାନରେ ନିଜର କିଛି ପୁରୁଣା ସିରିଏଲ ବା ସିରିଜକୁ କମବ୍ୟାକ କରାଇବା ପାଇଁ ଚାନେଲ ଚିନ୍ତା କରିଛି । ଏହି ତାଲିକାରେ ସବୁଠୁ ଆଗରେ ରହିଛି କ୍ରାଇମ ଥ୍ରିଲର ସିରିଜ ‘CID’ ।

Advertisement

‘କ୍ରାଇମ ପେଟ୍ରୋଲ’ ଏବଂ ଧାର୍ମିକ ଶୋ’ ‘ମେରେ ସାଇ’ ଚାନେଲରେ କମବ୍ୟାକ କରି ସାରିଛି । ରିପୋର୍ଟରୁ ଜଣାଯାଇଛି ଯେ, ପୁରୁଣା ସିରିଏଲର ରୂପାନ୍ତରଣ ନୂଆ ଶୋ’ ଅପେକ୍ଷା ଅଧିକ ନମ୍ବର ହାସଲ କରିଛନ୍ତି । ତେବେ ‘କ୍ରାଇମ ପେଟ୍ରୋଲ’ ଏବଂ ‘ମେରେ ସାଇ’ ଟିଭିରେ କମବ୍ୟାକ କରିବା ପରେ ଖୁବଶୀଘ୍ର CID ମଧ୍ୟ ପରଦାକୁ ଫେରିବ ବୋଲି କୁହାଯାଉଛି । ସିଆଇଡି ସିରିଏଲ୍‌ ୧୯୯୮ ମସିହା ୨୧ ଜାନୁଆରୀରେ ଟେଲିକାଷ୍ଟ ଆରମ୍ଭ ହୋଇ ୨୭ ଅକ୍ଟୋବର ୨୦୧୮ରେ ଏହାର ଶେଷ ଏପିସୋଡ୍‌ ଟେଲିକାଷ୍ଟ ହୋଇଥିଲା। ସିଆଇଡି ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିବା ସିରିଏଲ୍‌। ଯାହାର ଫ୍ୟାନ୍‌ଙ୍କ ସଂଖ୍ୟା ମଧ୍ୟ ଢେର ବହୁତ। କେବଳ ଏହି ସିରିଏଲ୍‌ ଲୋକଙ୍କ ମଧ୍ୟରେ ପପୁଲାର୍‌ ହୋଇ ରହି ନଥିଲା ସେଥିରେ ଅଭିନୟ କରୁଥିବା ଜଣେ ଜଣେ ଅଭିନେତା ମଧ୍ୟ ବହୁତ ଲୋକପ୍ରିୟ। କବାଟ ଭାଙ୍ଗୁଥିବା ଦୟା ହେଉ କିମ୍ୱା … ଡାଏଲଗ୍‌ କହୁଥିବା ପ୍ରଦ୍ୟୁମ୍ନଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି।

Leave a Reply

Your email address will not be published. Required fields are marked *