Pratidin TV

Odisha's Digital News Platform

ପରଲୋକରେ ମଲାଇକାଙ୍କ ବାପା , ଆଶ୍ୱାସନା ଦେବାକୁ ପହଞ୍ଚିଲେ ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର..

1 min read

ଅଭିନେତ୍ରୀ ମଲାଇକା ଆରୋରାଙ୍କ ପାଇଁ ଆଜି ଅର୍ଥାତ୍‌ ବୁଧବାର ହେଉଛି ସବୁଠୁ ଦୁଃଖର ଦିନ। ଆଜି ତାଙ୍କ ପିତା ଅନିଲ ଆରୋରା ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରର ତୃତୀୟ ମହଲାରୁ ଅନିଲ ଡେଇଁ ଜୀବନ ହାରିଛନ୍ତି ।ତେବେ ପିତାଙ୍କ ମୃତ୍ୟୁ ଖବର ପାଇ ମଲାଇକା ପୁଣେରୁ ମୁମ୍ବାଇ ଘରେ ଆସି ପହଞ୍ଚିଛନ୍ତି। ଭଉଣୀ ଅମୃତା ଆରୋରା ମଧ୍ୟ ପିତାଙ୍କ ମୃତ୍ୟୁ ଖବର ଶୁଣି ମଲାଇକାଙ୍କ ଘରେ ପହଞ୍ଚିଛନ୍ତି। ଏହି ସମୟରେ ମଲାଇକାଙ୍କ ପୁଅ ଅରହାନ ଖାନ୍‌ ମଧ୍ୟ ଉପସ୍ଥିତ ଥିବା ନଜର ଆସିଛନ୍ତି। ମଲାଇକା ତାଙ୍କ ଗାଡ଼ିରୁ ଓହ୍ଲାଇ ଘର ଭିତରକୁ ଯିବା ସମୟରେ ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ ପଶୁଥିବା ଦେଖିବାକୁ ମିଳିଥିଲା। 

ବାପାଙ୍କୁ ହରାଇ ମଲାଇକା ଭାଙ୍ଗି ପଡିଥିବା ବେଳେ ଏହି ଦୁଃଖଦ ସମୟରେ ଅଭିନେତ୍ରୀଙ୍କ ରୁମର ବୟଫ୍ରେଣ୍ଡ ଅର୍ଜୁନ କପୁର ତାଙ୍କ ଘରେ ପହଞ୍ଚିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଦୁଃଖଦ ସମୟରେ ମଲାଇକାଙ୍କ ସାଥୀରେ ଛିଡା ହୋଇଛନ୍ତି ଅର୍ଜୁନ । ଏଥିସହ ଅଲଭିରା ଅଗ୍ନିହୋତ୍ରୀ ମଧ୍ୟ ଏହି ଖବର ଶୁଣିବା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାସହ ମଲାଇକାଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ ଅର୍‌ବାଜ୍‌ ଖାନ୍‌ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି। ଅର୍‌ବାଜ ମଲାଇକାଙ୍କ ଘର ବାହାରେ ପୋଲିସଙ୍କ ସହ କଥାବାର୍ତ୍ତା ହେଉଥିବା ଭିଡିଓ ଭାଇରାଲ ହେଉଛି।

Advertisement

Leave a Reply

Your email address will not be published. Required fields are marked *