Pratidin TV

Odisha's Digital News Platform

ଆସୁଛି ଆଉ ଏକ ଲଘୁଚାପ, ୧୩ରୁ ୧୫ ଯାଏଁ ପ୍ରବଳ ବର୍ଷା ସମ୍ଭାବନା !

1 min read

ଆସନ୍ତା ୨ ଦିନ ରାଜ୍ୟରେ ହେବ ଲଗାଣ ବର୍ଷା | ୧୩ ଓ ୧୪ ତାରିଖ ଦିନ ବର୍ଷାରେ ଭିଯିବ ଓଡିଶା | ବାହାରକୁ ବାରିବା ହୋଇଯିବ ଏକ ପ୍ରକାର ଅସମ୍ଭବ | ଯେଉଁ କାରଣ ପାଇଁ ୧୪ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ | ଆସନ୍ତାକାଲି ଠାରୁ ବଢିବ ବର୍ଷାର ପରିମାଣ | ୧୩ ତାରିଖ ବର୍ଷା ନେଇ କେଉଁଝର, ମୟୁରଭଞ୍ଜକୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ | କାଲିଠାରୁ ୨ ଦିନ ବରଷିବ | ମିଆଁମାର ପାଖାପାଖି ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗ ଦେଇ ଗତି କରି ଉପକୂଳବର୍ତ୍ତୀ ବାଂଲାଦେଶକୁ ଆସିବାର ସମ୍ଭାବନା ରହିଛି | ଯାହାର ପ୍ରଭାବରେ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି |

ତେବେ ଅନ୍ୟପଟେ ମାଲକାନଗିରିର ସ୍ଥିତି ଏବେ ସୁଧାର ଆସିଛି | ବନ୍ୟା ଜଳରେ ଉବୁଟୁବୁ ହେଉଥିବା ମାଲକାନଗିରି ଅବସ୍ଥା ଏବେ ସାମାନ୍ୟ ଆଶ୍ବସ୍ତି ହୋଇଛି | କିନ୍ତୁ ଏବେ ମଧ୍ୟ ୩୨୬ ନଂ ଜାତୀୟ ରାଜପଥର କେତେକ ପୋଲ ଉପରେ ସୁଅ କାଟି ଚାଲିଛି ବନ୍ୟା ଜଳ | ତେବେ ପୂର୍ବରୁ ବନ୍ୟା ଜଳ ପାଇଁ ଯାତାୟାତ ଠପ ହୋଇଯାଇଥିଲା | ଏହି କାରଣ ପାଇଁ ସ୍କୁଲ କଲେଜ ମଧ୍ୟ ବନ୍ଦ କରଯାଇଥିଲା | ମାଲକାନଗିରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଲୋକଙ୍କୁ ଆଶ୍ରୟ ଦିଆଯାଇଛି |

Leave a Reply

Your email address will not be published. Required fields are marked *