Pratidin TV

Odisha's Digital News Platform

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଦେଲେ ୧ କୋଟି 

ପିଡୀତଙ୍କ ପାଇଁ ସହାୟତାର ବଢ଼ାଇଲେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ୧ କୋଟି ଟଙ୍କା | ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ବୁଧବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ଭେଟିଛନ୍ତି | ସେ ତେଲେଙ୍ଗାନାର ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ଚେକ ପ୍ରଦାନ କରିଛନ୍ତି | ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ହାଇଦ୍ରାବାଦର ଜୁବୁଲି ହିଲସରେ ରେବନ୍ତ ରେଡ୍ଡୀଙ୍କ ବାସଭବନରେ ଭେଟି ଏହି ଚେକ ହସ୍ତାନ୍ତର କରିଛନ୍ତି |

ପୂର୍ବରୁ ପବନ କଲ୍ୟାଣ ବନ୍ୟା ପରିସ୍ଥିତର ମୁକାବିଲା ପାଇଁ ରାଜ୍ୟକୁ ଦାନ ଦେବାକୁ ଘୋଷଣା କରିଥିଲେ | ସେ ବନ୍ୟା ପ୍ରଭାବିତ ୪00 ଗ୍ରାମପଞ୍ଚାୟତକୁ ଦାନ ଦେବାକୁ ଘୋଷଣା କରିଥିଲେ | ସେ କହିଥିଲେ ବନ୍ୟା ଯୋଗୁଁ ୩୮୬ ପଞ୍ଚାୟତ ପ୍ରଭାବିତ ହୋଇଛି | ମୁଁ ନିଜ ବ୍ୟକ୍ତିଗତ ସଞ୍ଚୟରୁ ୪00 ପଞ୍ଚାୟତକୁ ୧ ଲକ୍ଷ ଟଙ୍କା ପ୍ରଦାନ କରୁଛି | ବନ୍ୟା ମୁକାବିଲା ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ଦାନ ଦେବାକୁ ମଧ୍ୟ ଘୋଷଣା କରିଛି | ମୁଁ ଏହାକୁ ସିଧା ସଳଖ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କୁ ପ୍ରଦାନ କରିବି | ଆଉ ସେ ତାଙ୍କ କଥା ରଖି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି | ତବେ ଏହା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କୁ ସ୍ସେ ସାହାଯ୍ୟ କରି ଆସିଛନ୍ତି |

Leave a Reply

Your email address will not be published. Required fields are marked *