ଜଗନ୍ନାଥ କୋଇଲା ଖଣି ନାଁରେ ସାଘାତିକ୍ ଅଭିଯୋଗ , ଥଇଥାନ ନକରି କରାଇଦେଲା ବାସହୀନ ….
1 min readଅନୁଗୁଳ ; ମନମାନି କରୁଛନ୍ତି ଖଣି ଅଧିକାରୀ । ବିନା ଥଇଥାନ ଓ ବିନା ନିଯୁକ୍ତି ରେ ଗୋଟିଏ ପରିବାରକୁ ସର୍ବସାନ୍ତ କଲେ କୋଇଲା ଖଣିର ଅଧିକାରୀମାନେ । ପରିବାରର ସଦସ୍ୟ ମାନେ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିବା ସହିତ ଏଭଳି ଘଟଣା ଦେଖିବାକୁ ମିଳିଛି ତାଳଚେର ବ୍ଲକ ପଦ୍ମାବତୀ ପୁର ଗ୍ରାମପଞ୍ଚାୟତ ରାକଶ ଗ୍ରାମର ବିପିନି ଅମାନ୍ତ ପରିବାରରେ ।
ମିଳିଥିବା ସୂଚନା ଅନୁଯାୟୀ ଜଗନ୍ନାଥ କୋଇଲା ଖଣି ଦ୍ୱାରା ସମ୍ପୂର୍ଣ୍ଣ ଅଧିଗ୍ରହଣ ହୋଇ ସାରିଛି ରାକଶ ଗ୍ରାମଟି କିନ୍ତୁ ସେଇ ଗ୍ରାମର ବିପିନି ଅମାନ୍ତଙ୍କ ପରିବାର କୁ ଦିଆଗଲା ନାହିଁ ଏମ୍ ସି ଏଲ ପକ୍ଷରୁ ନିଯୁକ୍ତି ନା ଥଇଥାନ । ୮ଏକର ଜମି ଅଧିଗ୍ରହଣ କରି ମାତ୍ର ଜଣ କୁ ଦେଇଥିଲା ନିଯୁକ୍ତି କିନ୍ତୁ ସେହି ବ୍ୟକ୍ତିଙ୍କର କୋଭିଡରେ ମୃତ୍ୟୁ ହୋଇଥିଲା ।
ଏବେ ପରିବାରରେ ରହିଗଲେ ଚାରି ପୁଅ । ଚାରି ପୁଅଙ୍କ ଭିତରୁ ଅତି କମରେ ଦୁଇ ଜଣ କୁ ନିଯୁକ୍ତି ଦେବା ପାଇଁ ଦାବୀ କରିଥିଲେ ବିପିନି ଅମାନ୍ତ ଙ୍କ ପରିବାର କିନ୍ତୁ ଏମ୍ ସିଏଲ କର୍ତ୍ତୃପକ୍ଷ , ପ୍ରସାଶନ ଓ ପରିବାର ଭିତରେ ବାରମ୍ବାର ଆଲୋଚନା କରି ବିଫଳ ହେଲା ପରେ ଆଜି ଏମ୍ ସିଏଲ ଓ ତାଳଚେର ଉପଖଣ୍ଡ ପ୍ରଶାସନ ଙ୍କ ଉପସ୍ଥିତ ରେ ଶ୍ରୀ ଅମାନ୍ତଙ୍କ ଘରକୁ ଭାଙ୍ଗି ଦେଇଛି ଏମ୍ ସିଏଲ ଏବଂ ସବୁ ସୁବିଧା ସୁଯୋଗ ସହିତ ଯାହା ଏମ୍ ସିଏଲର ନିୟମ ଅଛି ସବୁ ଦିଆଯାଇଛି ବୋଲି ଏମ୍ ସିଏଲ କତ୍ତୃପକ୍ଷ ଓ ପ୍ରଶାସନ ତରଫରୁ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ।