Pratidin TV

Odisha's Digital News Platform

ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର

1 min read

CPIM ନେତା ସୀତାରାମ ୟେଚୁରୀଙ୍କର ହେବନାହିଁ ଦାହ ସଂସ୍କାର | ତେବେ ଗତକାଲି ଦିଲ୍ଲୀ ଏମ୍ସରେ ୭୨ ବର୍ଷ ୟେଚୁରୀଙ୍କର ମୃତ୍ୟୁ ହୋଇଥିଲା | ଶ୍ୱାସ ରୋଗରେ ପୀଡିତ ଥିବା ବେଳେ ତାଙ୍କ ପରିବାର ସଦସ୍ୟଙ୍କ କହିବାନୁଯାୟୀ, ସେ ଶ୍ୱାସ ରୋଗରେ ପୀଡିତ ଥିବା କାରଣରୁ ସେ ବହୁ ଦିନ ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିଲେ | କିନ୍ତୁ ଗତକାଲି ମୃତ୍ୟୁ ସହ ସଂଘର୍ଷ କରି କରି ନିଜ ଜୀବନ ହାରିଦେଇଛନ୍ତି |

ତେବେ ସବୁଠୁ ବଡ ଖବର ହେଉଛି ବର୍ତ୍ତମାନ ୟେଚୁରୀଙ୍କର ମୃତଦେହ ଦାହ ସଂସ୍କାର କରାଯିବ ନାହିଁ | ତାଙ୍କର ମୃତଦେହକୁ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମୁଖ୍ୟାଳୟରେ ରଖାଯିବ | ଯେଉଁଠାରେ ଲୋକମାନେ ସେପ୍ଟେମ୍ବର ୧୪ ତାରିଖରେ ଶେଷ ଦର୍ଶନ କରିବେ ଓ ଶ୍ରଦ୍ଧାଞ୍ଜଳି ଦେବେ | ଏହାପରେ ତାଙ୍କର ମୃତଦେହ ଗବେଷଣା ଓ ଶିକ୍ଷା ଉଦ୍ଦେଶ୍ୟରେ ଦିଲ୍ଲୀ ଏମ୍ସକୁ ପଠାଯିବ | ପରିବାର ଲୋକ ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିବାକୁ ନିଷ୍ପତି ନେଇଛନ୍ତି | ତେବେ ଖବର ଅନୁଯାୟୀ ତାଙ୍କ ମୃତଦେହକୁ ଆନୋଟମି ବିଭାଗରେ ରଖାଯିବ | ଆନୋଟମି ବିଭାଗ ହେଉଛି ସେହି ବିଭାଗ ଯେଉଁଠାରେ ଶରୀର ଗଠନ ଏବଂ ଏହାର ବିଭିନ୍ନ ଅଙ୍ଗର ପାରସ୍ପରିକ ସମ୍ପର୍କକୁ ଅଧ୍ୟ୍ୟୟନ କରାଯାଏ | ମୃତଦେହ ଯେଉଁଠାରେ ମୃତ ଶରୀରକୁ ସଜ୍ଜିତ କରାଯାଏ | ମୃତ ଶରୀରର ତରଳ ପଦାର୍ଥକୁ ବାହାର କରି ରାସାୟନିକ ଦ୍ରବ୍ୟ ସହ ବଦଳାଇ ଦିଆଯାଏ | ଯାହା ଶରୀରକୁ କ୍ଷୟ ଦେବାରେ ରୋକିଥାଏ | ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସରଂକ୍ଷିତ କରି ରଖିଥାଏ |

Advertisement

ସୂଚନାଯୋଗ୍ୟ, ୭୨ ବର୍ଷିୟ ସୀତାରାମ ୟେଚୁରୀ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ତାଙ୍କ ମୃତଦେହକୁ ଦିଲ୍ଲୀ ଏମ୍ସକୁ ଦାନ କରିଛନ୍ତି। ସୂଚନାଯୋଗ୍ୟ, ସୀତାରାମ ୟେଚୁରୀଙ୍କୁ ଅଗଷ୍ଟ ୧୯ରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ନିମୋନିଆ ସମ୍ବନ୍ଧୀୟ ରୋଗ ହେତୁ ତାଙ୍କୁ ଏମ୍ସକୁ ଅଣାଯାଇଥିଲା। ସେ ଛାତି ସଂକ୍ରମଣରେ ପୀଡିତ ଥିଲେ। ଚିକିତ୍ସା ପରେ ମଧ୍ୟ ତାଙ୍କୁ ଆରାମ ମିଳି ନଥିଲା। ଏହା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଡାକ୍ତରମାନଙ୍କର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କ ଯତ୍ନ ନେଉଥିଲେ। କିନ୍ତୁ ଗତ କିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।

Leave a Reply

Your email address will not be published. Required fields are marked *