ମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ସୁନୀତା ୱିଲିୟମ୍ସ ,କହିବେ ଏବେ କିପରି ବିତୁଛି ଦିନ ..
1 min readମହାକାଶରୁ ବିଶ୍ବବାସୀଙ୍କୁ ସମ୍ବୋଧିତ କରିବେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବ୍ୟାରି ୱିଲମୋର। ଭାରତୀୟ ସମୟ ରାତି 11ଟା 45 ମିନିଟରେ ସୁନୀତା ୱିଲିୟମ୍ସ ମହାକାଶରୁ ନିଜର ବାର୍ତ୍ତା ରଖିବା ସହ ମିଶନ ସର୍ମ୍ପକରେ ଦେବେ ଅଧିକ ସୂଚନା । ମେରିକାର ଟେକ୍ସାସ ସ୍ଥିତ ସହର ହ୍ୟୁଷ୍ଟନ (Houston)ରେ ଥିବା ନାସାର ଜନସନ୍ ସ୍ପେଶ ସେଣ୍ଟର ନ୍ୟୁଜରୁମ ସହିତ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରୁ ସେମାନେ କଥାବାର୍ତ୍ତା ହେବେ ବୋଲି ଆମେରିକୀୟ ସ୍ପେଶ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି ।ନାସାର ଜନସନ୍ ସ୍ପେଶ ସେଣ୍ଟର ସହିତ ଏହି ଦୁଇ ମହାକାଶଚାରୀ କଥାବାର୍ତ୍ତା ହେବାକୁ ଯାଉଛନ୍ତି ।
ତେବେ ସେମାନେ ମହାକାଶରୁ ପୃଥିବୀବାସୀଙ୍କ ପାଇଁ କଣ ବାର୍ତ୍ତା ଦେବେ ତାହା ଉପରେ ରହିଛି ସାରାବିଶ୍ୱ ବାସୀଙ୍କ ନଜର ।ସୁନୀତା ୱିଲିୟମ୍ସଙ୍କ ସହ ତାଙ୍କ ସହଯୋଗୀ ବଚ୍ ୱିଲମୋର ଜୁନ୍5 ତାରିଖରେ ଏକ 8ଦିନଦିନିଆ ମିଶନରେ ମହାକାଶକୁ କରିଥିଲେ ଯାତ୍ରା । ତେବେ କେତେକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଦୁଇ ମହାକାଶଚାରୀ ବର୍ତ୍ତମାନ ପର୍ୟ୍ୟନ୍ତ ପୃଥିବୀ ପୃଷ୍ଠକୁ ଫେରିପାରୁନାହାଁନ୍ତି। । ନିକଟରେ ଷ୍ଟାରଲାଇନର ଫେରିଥିବା ବେଳେ ଏହା ଉପରେ ମଧ୍ୟ ସେମାନେ କହିପାରନ୍ତି । ଏହାସହିତ ମହାକାଶରେ ସେମାନଙ୍କ ଦିନ କିପରି ବିତୁଛି ସେ ସମ୍ପର୍କରେ କହିପାରନ୍ତି । ଆସନ୍ତା ବର୍ଷ 2025 ଫେବୃଆରୀରେ ନାସାର ସ୍ପେଶ ଏକ୍ସ କ୍ରୁ-9 ମିଶନ (SpaceX Crew-9 Mission) ଜରିଆରେ ସୁନୀତା ଓ ସହଯୋଗୀ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଉଭୟ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରେ ରହିବା ସହିତ ମହାକାଶ ସମ୍ବନ୍ଧରେ ଅଧିକ ଗବେଷଣା କରିବେ ।