Pratidin TV

Odisha's Digital News Platform

ଜ୍ୟୋତିରେଖାଙ୍କ ମିଳିଲା ମୃତଦେହ ସ୍ତ୍ରୀ ପରିଚୟରେ ଦେଇ ରହୁଥିଲେ ପ୍ରେମିକ ପ୍ରିୟ ସହ

ଆପାର୍ଟମେଣ୍ଟରୁ ମିଳିଲା ଯୁବତୀଙ୍କର ମୃତଦେହ | ତୁଷ୍ଟି ଆପାର୍ଟମେଣ୍ଟର ଆଉଟ ହାଉସରୁ ଯୁବତୀଙ୍କ ଝୁଲନ୍ତା ମୃତ ଉଦ୍ଧାର କରାଯାଇଛି | ଘଟଣାସ୍ଥଳରେ ଖଣ୍ଡଗିରି ପୋଲିସ ଛାନବିନ କରୁଛି | ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ ଯୁବକ ଯୁବତୀ | ଯୁବତୀଙ୍କ ଝୁଲନ୍ତା ମୃତ ଦେହ ମିଳିଥିବା ବେଳେ ତାଙ୍କ ସହ ରହୁଥିବା ଯୁବକ ଫେରାର ସୂଚନା ରହିଛି |

ତେବେ କେଉଁ କାରଣରୁ ଯୁବତୀଙ୍କ ମୃତ୍ୟୁ ହେଲେ ତାର ଖୋଳତାଡ଼ କରୁଛି ପୋଲିସ | ଏବେ ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ଛାନବିନ କରୁଛି | ଯୁବତୀ ଜଣଙ୍କ ଘର ଦାମନଯୋଡି ଅଞ୍ଚଳରେ, ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱର ଆସି ରହୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି | ତେବେ ଯୁବତୀଙ୍କୁ ପୁରୁଷ ବନ୍ଧୁ ମାରିଛନ୍ତି ନା ସେ ଆତ୍ମହତ୍ୟା କରିଛନ୍ତି ତାହାର ଏବେ ସ୍ପଷ୍ଟ ସୂଚନା ମିଳିନାହିଁ |

Leave a Reply

Your email address will not be published. Required fields are marked *