Pratidin TV

Odisha's Digital News Platform

OMFED ଗୋଲ୍ଡ ପ୍ଲସ୍ କ୍ଷୀର  ପ୍ୟାକେଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ …

1 min read

ଏବେ ଗେରୁଆ ହୋଇଗଲା OMFED କ୍ଷୀର । ଗେରୁଆ  ରଙ୍ଗ ପ୍ୟାକେଟ୍ ରେ କ୍ଷୀର  ବଜାରକୁ ଆସିଲା  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି  ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର  ପ୍ୟାକେଟର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନର ମୌସୁମୀ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତରେ ଏହାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରିବାକୁ କହିଛନ୍ତି । କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା ହୋଇଛି।

ସେହିପରି ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା। ପଶୁ ସମ୍ପଦ ଉତ୍ପାଦନ କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ନୂତନ ଅମ୍ବ୍ରେଲା ସ୍କିମ୍‌ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ କରାଯିବ। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ।

ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ଏସବୁକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ବଜେଟ ଅଭିଭାଷଣ ବେଳେ ସୂଚନା ଦେଇଥିଲେ। ତେବେ ବଜାରକୁ ଆସିଥିବା ନୂଆ କ୍ଷୀର ପ୍ୟାକେଟ୍କୁ ନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ନୂଆ କ୍ଷୀର ପ୍ୟାକେଟ୍ ରେ  ଫ୍ୟାଟ୍ ୧ ପ୍ରତିଶତ ଅଧିକ ରହିଛି । କ୍ରିମ୍ ଏବଂ ଟେଷ୍ଟ ଭଲ ଅଛି । ଲୋକଙ୍କ ଦ୍ୱାରା ଏହା ଗ୍ରହଣ ହେବ । ମାର୍କେଟ୍ ଚାହିଦା ଅନୁସାରେ ଏହାକୁ ଲଞ୍ଚ କରାଯାଇଛି । ଅଲଗା କ୍ଷୀର ବଜାରରେ ଯାହା ଅଛି ସେହି ଅନୁସାରେ ନୂଆ ଗୋଲଡ଼ ପ୍ଲସ୍ ରେଟ୍ ମଧ୍ୟ ପାଖାପାଖି ଅଛି । ରଙ୍ଗ ପରିବର୍ତ୍ତନ ସମାଜର ନିୟମ । ଏଥିରେ ଅସୁବିଧା ନାହିଁ । ପ୍ରଗତି ଓ ବିକାଶର କଥା ଆମେ କହୁଛୁ ।

Leave a Reply

Your email address will not be published. Required fields are marked *