Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ଯାଞ୍ଚ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲେ SPG ଟିମ

1 min read

ଆସନ୍ତା ୧୭ ତାରିଖରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏଥିପାଇଁ ଓଡ଼ିଶାରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ବେଳେ ମୋଦିଙ୍କ ଗସ୍ତ ପୂର୍ବରୁ ଦିଲ୍ଲୀରୁ SPG ଟିମ ଓଡ଼ିଶାରେ ଆସି ପହଁଞ୍ଚିଛନ୍ତି | ୮ ଜଣିଆ SPG ସଦସ୍ୟ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ଥିବା ଜଣାପଡିଛି | ପ୍ରଧାନମନ୍ତ୍ରୀଙ୍କ ଗସ୍ତର ପ୍ରମୁଖ ସଦସ୍ୟ ଦାୟିତ୍ୱରେ ରହିବେ ଏହି ଟିମ | ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ପୁରା ସୁରକ୍ଷା ଭାର ସମ୍ଭାଳିବ SPG ଟିମ | ଆଜି SPG ଟିମ ଜନତା ମଇଦାନ ଯାଇଁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି |

ସେହିପରି ଆସନ୍ତା କାଲି ଲୋକସଭା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଅନୁଷ୍ଠିତ ବୈଠକରେ DGP, IGP ଙ୍କୁ ଆଇନ ଶୃଙ୍ଖଳାର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ନେଇ ଦାୟିତ୍ୱ ଦିଆଯାଇଛି | ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି | ତେବେ ଜନଗହଳି ଦୃଷ୍ଟିରେ ରଖି ଜନସାଧାରଣ ଯେପରି କାର୍ଯ୍ୟକ୍ରମ ଦେଖିପାରିବେ ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲିଇଡି ବ୍ୟବସ୍ଥା କରାଯିବ | ଏହାସହ ଭିଡ଼ ନିୟନ୍ତ୍ରଣ ପାଇଁ ୫0 ଜଣ OAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି |

ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଦିନ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରର ଜନତା ମୈଦାନ ବିଶାଳ ଜନସଭାରେ ସମ୍ଵର୍ଦ୍ଧିତ କରିବେ | ଏହାସହ ବିଜେପି ସରକାର ମହତ୍ତ୍ୱକାଂକ୍ଷୀ ସୁଭଦ୍ରା ଯୋଜନଙ୍କୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି | ଏହା ସହ ଅନ୍ୟ କେତେକ ଜନ କଲ୍ୟାଣୀ ଯୋଜନାର ଶୁଭାରମ୍ଭ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି |

Leave a Reply

Your email address will not be published. Required fields are marked *