Pratidin TV

Odisha's Digital News Platform

ଆମେରିକା ରାଷ୍ଟ୍ରପତି ନିର୍ବାଚନ : ମହାକାଶରେ ରହି ଭୋଟ୍ ଦେବେ ସୁନିତା !

1 min read

ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବ୍ୟାରି ୱିଲମୋର ମହାକାଶରେ ରହି ରାଷ୍ଟ୍ରପତି ନିର୍ବାଚନରେ ଦେବେ ଭୋଟ  ।ନଭେମ୍ବର ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ​​ଉଭୟ ଭୋଟ୍ ଦେବାକୁ ଯୋଜନା କରୁଛନ୍ତି। ତେବେ ଏକଥା ଶୁଣି ନିଶ୍ଚିତ ମନରେ ପ୍ରଶ୍ନ ଉଠୁଥିବ ମହାକାଶ ରେ କେମିତି ଭୋଟ ଦେବେ ଏ ଦୁଇ ମହାକାଶଚାରୀ ।୧୯୯୭ରେ ଟେକ୍ସାସ୍ ଏକ ଆଇନ ପ୍ରଣୟନ କରିଥିଲା। ଯେଉଁଥିରେ ମହାକାଶଚାରୀମାନଙ୍କୁ ନିର୍ବାଚନରେ ​​ଭୋଟ୍ ଦେବାର ଅଧିକାର ଦିଆଯାଇଥିଲା। ଏହି ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ମହାକାଶରେ ଅଛନ୍ତି ତେବେ ସେ ଇଲେକ୍ଟ୍ରୋନିକ୍ ଭୋଟ୍ ଦେଇପାରିବେ। କାରଣ ନାସାର ଅଧିକାଂଶ ମହାକାଶଚାରୀ ଟେକ୍ସାସ, ହ୍ୟୁଷ୍ଟନରେ ରୁହନ୍ତି।

ତେବେ ନିକଟରେ ପୃଥିବୀ ଠାରୁ ୪୨୦ କିଲୋମିଟର ଦୂର ମହାକାଶରୁ ବିଶ୍ବବାସୀଙ୍କୁ ଭିଡିଓ ପ୍ରେସ୍ କନଫେରନ୍ସିଂ ମାଧ୍ୟମରେ ସମ୍ବୋଧିତ କରି ସ୍ପେଶ୍ ଷ୍ଟେସନରୁ ପ୍ରଥମ ବୟାନ ଜାରି କରିଛନ୍ତି ଦୁଇ ମହାକାଶଚାରୀ । ନାସା ସ୍ପେଶ୍ ସେଣ୍ଟର ମାଧ୍ୟମରେ ମିଡିଆ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବହୁ ଅସମାହିତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ସୁନୀତା କହିଛନ୍ତି, ପୃଥିବୀର ଅରବିଟରେ ଅଧିକ ସମୟ ରହିବା ଅତି କଠିନ ଦାୟକ କାମ । ହେଲେ ସ୍ପେଶ୍ ମୋର ପସନ୍ଦର ସ୍ଥାନ, ଏଠାରେ ଖୁସିରେ ଅଛି ବୋଲି ସୁନୀତା କହିଛନ୍ତି । ଗତ ସପ୍ତାହରେ ସ୍ପେଶ୍ କ୍ରାଫ୍ଚ ବୋଇଂ ଷ୍ଟାରଲାଇନର ଭୂ-ପୃଷ୍ଠକୁ ଫେରିଛି ।

ମାତ୍ର ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିପାରିନଥିବାରୁ ଦୁଇ ମହାକାଶଚାରୀ ଦୁଃଖ ପ୍ରକାଶ କରିଛନ୍ତି ଏବଂ ନାସାର ଆଗାମୀ ସୁଯୋଗକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କହିଛନ୍ତି । ସେପଟେ ବଚ୍ ଓ୍ବିଲମୋର ନିଜ ପରିବାର ସହ କଥା ହୋଇଛନ୍ତି । ନାସାର ସ୍ପେଶ୍ ଷ୍ଟେସନ ମିଶନ ଜୁନ ମାସରେ ଆରମ୍ଭ ହୋଇଥିଲା । ଦୁଇ ଆଷ୍ଟ୍ରୋନଟ୍ସଙ୍କ ସହିତ ବୋଇଂ ଷ୍ଟାରଲାଇନର ଜୁନ ୫ ତାରିଖରେ ଫ୍ଲୋରିଡ଼ାରୁ ଉଡ଼ାଣ ଆରମ୍ଭ କରିଥିଲା । ଏହି ମିଶନର ଅବଧି ମାତ୍ର ୮ ଦିନ ଥିଲା । ହେଲେ ସୁନୀତା ଏବଂ ତାଙ୍କ ସାଥିଙ୍କୁ ଫେରିବାକୁ ଆହୁରି ୫ ମାସ ଲାଗିବ । ୮ ଦିନରୁ ୮ ମାସ ପର୍ଯ୍ୟନ୍ତ, ଆମେ ଆମର ସର୍ବୋତ୍ତମ ଦେବୁ ବୋଲି ମହାକାଶଚାରୀ ବଚ୍ ୱିଲମୋର କହିଛନ୍ତି । ଏହାଛଡ଼ା ନଭେମ୍ବର ୨ରେ ହେବାକୁଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ମହାକାଶରୁ ଭୋଟ୍ ଦେବେ ବୋଲି ସୁନିତା କହିଛନ୍ତି । କାରଣ ଭୋଟ ଦେବା ନାଗରିକ ମାନଙ୍କ କର୍ତ୍ତବ୍ୟ ।

Leave a Reply

Your email address will not be published. Required fields are marked *