Pratidin TV

Odisha's Digital News Platform

ବଢ଼ିଲା ଆଧାର କାର୍ଡ ଅପଡେଟ୍‌ ସମୟସୀମା: ଜାଣନ୍ତୁ କେବେ ସରୁଛି ସମୟ ସୀମା…

1 min read

ବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବିବେଚନା କରାଯାଉଥିବା ଆଧାରକାର୍ଡର ଅପଡେଟ୍‌ ପାଇଁ ସମୟସୀମା ବୃଦ୍ଧି କରାଯାଇଛି। ଏନେଇ ଭାରତୀୟ ସ୍ବତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ)ର ପକ୍ଷରୁ ସୂଚନା ପ୍ରକାଶ ପାଇଛି। ଯେଉଁ ନାଗରିକଙ୍କ ଆଧାରକୁ ୧୦ ବର୍ଷ କିମ୍ବା ଏହାଠାରୁ ଅଧିକ ସମୟ ହୋଇଯାଇଛି ସେମାନେ ନିଃଶୁଳ୍କ ଆଧାର ଅପଡେଟ୍‌ ପାଇଁ ୟୁଆଇଡିଏଆଇ ସୁବିଧା ପ୍ରଦାନ କରୁଛି। ପୂର୍ବରୁ ଏହି ସମୟସୀମା ସେପ୍ଟେମ୍ବର ୧୪ ରେ ଶେଷ ହେଉଥିବାବେଳେ ବର୍ତ୍ତମାନ ଏହି ସମୟ ସୀମା ବୃଦ୍ଧି କରାଯାଇଛି।ଡିସେମ୍ବର ୧୪ ଯାଏଁ ମାଗଣାରେ କରିପାରିବେ ଆଧାର ଅପଡେଟ୍।ମାତ୍ର ଆଧାର କେନ୍ଦ୍ର ଯାଇ ସୂଚନା ଅପଡେଟ୍‌ କଲେ ନିର୍ଦ୍ଧାରିତ ଦେୟ ଦେବାକୁ ପଡ଼ିବ।

 ଆଗାମୀ ଡିସେମ୍ବର ୧୪ ପର୍ଯ୍ୟନ୍ତ ଆପଣ ମାଗଣାରେ ନିଜ ଆଧାର ଅପଡେଟ୍ ତଥା ଡକ୍ୟୁମେଣ୍ଟ ଅପଲୋଡ୍ କରିପାରିବେ। ଏହା ଦ୍ବାରା ଲକ୍ଷ ଲକ୍ଷ ଆଧାର ଧାରକ ଲାଭବାନ ହୋଇପାରିବେ। ଆଧାର ଅପଡେଟ କରିବାକ ପ୍ରଥମେ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟ https://uidai.gov.in/ ଲଗ୍‌ଇନ୍‌ କରିବାକୁ ପଡ଼ିବ। ଏହା ପରେ ମେନ୍‌ ପେଜ୍‌ରେ ମାଇ ଆଧାର ପୋର୍ଟାଲରେ କ୍ଲିକ କରି ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ଦେବାକୁ ପଡ଼ିବ। ପ୍ରବେଶ କରିଥିତ୍ବା ବିବରଣୀ ଯାଞ୍ଚ କରି ଚେକ ବକ୍ସକୁ ଟିକ୍‌ କରିବାକୁ ପଡ଼ିବ। ଡେମୋଗ୍ରାଫିକ ସବିଶେଷ ତଥ୍ୟ ଅପଡେଟ ପାଇଁ ଡ୍ରପ ଡାଉନ ମେନୁକୁ ଯାଇ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଏହି ପ୍ରକ୍ରିୟାରେ ଏକ ମିଥିଥିବା ଏସଆରଏନ୍‌ ନମ୍ବର ଟ୍ରାକିଂ ପାଇଁ ରଖିବା ଆବଶ୍ୟକ। ଆଧାର ଅପଡେଟ୍‌ ସମ୍ପର୍କିତ ସୂଚନା ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମିଳିବ।

Advertisement

Leave a Reply

Your email address will not be published. Required fields are marked *