Pratidin TV

Odisha's Digital News Platform

ବାଇକ୍‌ରେ ଆସି ଝିଙ୍କିନେଲେ ସୁନା ଚେନ୍ , ସିସିଟିଭିରୁ ସମ୍ନାକୁ ଆସିଲା କଳିଙ୍ଗ ବିହାରରୁ ଲୁଟ୍‌ର ଦୃଶ୍ୟ ….

ରାଜଧାନୀରେ ପୁଣି ମାତିଲେ ଚେନ୍ ଲୁଟେରା ,ମହିଳାଙ୍କ ବେକରୁ ଝାମ୍ଫିନେଲେ ସୁନା ଚେନ୍ । କଳିଙ୍ଗ ବିହାର ଅଞ୍ଚଳରୁ ଆସିଲା ବୟସ୍କ ମହିଳାଙ୍କ ସହ ଘଟିଥିବା ଲୁଟ୍‌ର ଦୃଶ୍ୟ ।

ସିସିଟିଭିରେ କଏଦ୍ ହୋଇଥିବା ଲୁଟ୍‌ର ଦୃଶ୍ୟରେ ୨ ଯୁବକ ବାଇକ୍‌ରେ ଆସି କଳିଙ୍ଗ ବିହାରର ଏକ ଗଳିରେ ଛକି ରହିଥିଲେ । ଜଣେ ବୟସ୍କ ମହିଳା ସେହି ବାଟ ଦେଇ ଆସୁଥିବା ସମୟରେ ତାକୁ ପିଛ କରି ଯାଇଥିଲେ । ଆଉ ସମୟ ମୌକା ଦେଖି ଚେନ୍ ଛିଡାଇ ଚମ୍ପଟ୍ ମାରିଥିଲେ । ବୟସ୍କା ମହିଳା କିଛି ବୁଝିବା ଆଗରୁ ୨ ଲୁଟେରା ଚେନ୍ ନେଇ ସେଠାରୁ ଚମ୍ପଟ୍ ମାରିସାରିଥିଲେ ।

ଅଭିଯୋଗ ପରେ ଏହି ଘଟଣାକୁ ନେଇ ତମାଣ୍ଡୋ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ କୁହାଯାଉଛି ଦୁଇଜଣ ଲୁଟେରାଙ୍କ ମଧ୍ୟରେ ଥିବା ଜଣଙ୍କର ମୁହଁ ସିସିଟିଭି ରେ ସ୍ପଷ୍ଟ ଭାବେ ଦେଖବବାକୁ ମିଳୁଛି । ଏହାକୁ ଆଧାର କରି ପୁଲିସ ଛାନଭିନ୍ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *