‘ସୁଭଦ୍ରା’ ହିତାଧିକାରୀଙ୍କ ଖାତାକୁ ଗଲା ୧ ଟଙ୍କା
ସୁଭଦ୍ରା ଖାତାକୁ ଗଲା ୧ ଟଙ୍କା | ପରୀକ୍ଷାମୂଳକ ଭାବେ ସୁଭଦ୍ରା ହିତାଧିକାରୀଙ୍କ ଖାତାକୁ ଏକ ଟଙ୍କା ଯାଇଛି | ଏନେଇ ପଦଯାତ୍ରାରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା | ସେ ଆହୁରି କହିଛନ୍ତି ଶେଷ ହିତାଧିକାରୀଙ୍କ ପହଞ୍ଚିବା ପର୍ଯ୍ୟନ୍ତ ସେ ଯାଏଁ ଏହି ଯୋଜନା ଚାଲୁ ରହିବ | ତେବେ ୧୭ ତାରିଖକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ | ଠିକ ସମୟରେ ସମସ୍ତଂକ ଖାତାକୁ ଟଙ୍କା କହିଛନ୍ତି ପ୍ରଭାତି ପରିଡା |
ତେବେ ୧୭ ତାରିଖ ପରେ ମଧ୍ୟ ପଞ୍ଜିକରଣ ହୋଇଥିବା ଆକାଉଣ୍ଟକୁ ପ୍ରଥମ ଯିବ | ଏବେ ପର୍ଯ୍ୟନ୍ତ ୬0 ଲକ୍ଷ ମହିଳା ପଞ୍ଜିକରଣ କରିସାରିଛନ୍ତି | ୧ ମହିଳାଙ୍କୁ ସାମିଲ ହେବାକୁ ସରକାର ଲକ୍ଷ ରଖିଛନ୍ତି | ସୁଭଦ୍ରା ଯୋଜନା ଶୁଭାରମ୍ଭ ପୂର୍ବରୁ ରାଜ୍ୟର ୧0 ହଜାର ସ୍ଥାନରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଆରମ୍ଭ ହୋଇଛି | ଏନେଇ ଏହି ରାଲି ସପ୍ତାହେ ପର୍ଯ୍ୟନ୍ତ ଗାଁ ରୁ ସେଝାର ଯାଏଁ ଚାଲିବ | ତେବେ ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ସହାୟତ ରାଶି ବଣ୍ଟନ କରାଯିବ | ୧୭ ତାରିଖ ଅପ୍ରେ ମଧ୍ୟ ମହିଳା ପଞ୍ଜିକରଣ କରିପାରିବେ |