Pratidin TV

Odisha's Digital News Platform

ସିକ୍ରେଟ୍ ମ୍ୟାରେଜ୍ କଲେ ସିଦ୍ଧାର୍ଥ -ଅଦିତି , ସାମ୍ନାକୁ ଆସିଲା ଫଟୋ…

1 min read

ଚର୍ଚ୍ଚା ଭିତରେ ପଡିଲା ସିଦ୍ଧାର୍ଥ -ଅଦିତିଙ୍କ ହାତଗଣ୍ଠି । ଅନେକ ଗସିପ୍ ପରେ ଏହି ୨ ଅଭିନେତା ଓ ଅଭିନେତ୍ରୀ ପରସ୍ପରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁ ଏବଂ ପରିବାର ବର୍ଗଙ୍କ ଉପସ୍ଥିତିରେ ଦୁହିଁଙ୍କର ଅତି ସିମ୍ପଲ ବିବାହ ହୋଇଛି । ତେବେ ବିବାହ ପରେ ଅଦିତି ନିଜ ଇଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ତା ସହ ସେ କ୍ୟାପସନ୍‌ରେ ଲେଖିଛନ୍ତି ଯେ ତୁମେ ମୋ ସୂର୍ଯ୍ୟ,ମୋ ଜହ୍ନ ଆଉ ମୋ ସବୁ ତାରା ।

ବିବାହ ରୀତିନୀତି-
ବିବାହ ଫଟୋରେ ଆଦିତି ଏକ ଗୋଲ୍ଡେନ୍ ଜରି କାମ ସାଢୀ ପିନ୍ଧିଥିବା ବେଳେ ସିଦ୍ଧାର୍ଥ ଧଳା ସାର୍ଟ ଆଉ ଧୋତିରେ ନଜର ଆସିଛନ୍ତି । ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଏହି ଦମ୍ପତି ସକାଳେ ବିବାହ କରିଥିଲେ । ସବୁଠୁ ବଡ କଥା ହେଲା ଦୁହେଁ ଏକ ୪୦୦ ବର୍ଷ ପୂରୁଣା ମନ୍ଦିରରେ ବିବାହ କରିଛନ୍ତି ।

କେମିତି ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ କାହାଣୀ ?
ତେବେ ଦୁହିଁଙ୍କ ଲଭ୍ ଷ୍ଟୋରୀ ମହା ସାମୁଣ୍ଡ୍ରମ ସେଟରେ ୨୦୨୧ ରୁ ଆରମ୍ଭ ହୋଇଥିଲା । ସାକ୍ଷାତକାର ସମୟରେ ଆଦିତି ସିଦ୍ଧାର୍ଥ ଓ ତାଙ୍କ ପ୍ରେମର ଖୁଲସା କରି କହିଥିଲେ ଯେ ସିଦ୍ଧାର୍ଥ ତାଙ୍କୁ ଏକ ସ୍କୁଲରେ ପ୍ରପୋଜ୍ କରିଥିଲେ । ଯେଉଁଠି ଆଦିତୀ ଙ୍କ ଜେଜେ ମା ଶିକ୍ଷୟତ୍ରୀ ଥିଲେ । ସେହିଠି ସିଦ୍ଧାର୍ଥ ନିଜ ଆଣ୍ଠୁମାରି ବସି ଯାଇଥିଲେ । ଆଉ ଆଦିତୀ ଭାବିଥିଲେ ଯେ ସିଦ୍ଧାର୍ଥ ନିଜ ସୁ ଲେସ୍ ବାନ୍ଧିବାକୁ ନଇଁଛନ୍ତି । କିନ୍ତୁ ସେ ହଠାତ୍ ଅଦିତିଙ୍କୁ ଡାକି ପ୍ରପୋଜ କରିଥିଲେ ।

ଆପଣଙ୍କ ଜାଣିବା ପାଇଁ କହିରଖୂଛୁ ଯେ ଏହି ବିବାହ ଆଦିତିଙ୍କର ୨ୟ ବିବାହ । ଏହା ପୂର୍ବରୁ ଆଦିତି ୨୦୦୨ ରେ ଅଭିନେତା ସତ୍ୟଦୀପ ମିଶ୍ରାଙ୍କ ସହ ବିବାହ କରିଥିଲେ । ପ୍ରାୟ ୧୦ ବର୍ଷ ପରେ ଅର୍ଥାତ୍ ୨୦୧୩ ରେ ଦୁହିଁଙ୍କ ବିବାହରେ ବିଚ୍ଛେଦ ହୋଇଥିଲା । ପରେ ୨୦୨୩ ରେ ସତ୍ୟଦୀପ ଫ୍ୟାସନ ଡିଜାଇନର ମସାବାଙ୍କୁ ବିବାହ କରିଥିଲେ । ଆଉ ୨୦୨୪ ରେ ଆଦିତି-ସିଦ୍ଧାର୍ଥଙ୍କୁ ବିବାହ କଲେ ।

Leave a Reply

Your email address will not be published. Required fields are marked *