Pratidin TV

Odisha's Digital News Platform

ଭାଇଚାରା ସହରରେ ମୁଣ୍ଡଟେକିଲା ବିବାଦ , ମହମ୍ମଦ ଜୟନ୍ତୀଙ୍କ ଶୋଭାଯାତ୍ରାରେ ଉଡ଼ିଲା ପାଲେଷ୍ଟାଇନ ପତାକା ।

1 min read

କଟକ : କଟକରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ତଥା ଇଦ୍ ଏ ମିଲାଦୁନ ନଵି ପାଳନ ପାଇଁ ହେଉଥିବା ଶୋଭାଯାତ୍ରାରେ ଉଡିଲା ବିଶାଳ ପାଲେଷ୍ଟାଇନ ପତାକା । ଶୋଭାଯାତ୍ରାକାରୀଙ୍କ ହାତରେ ଦେଖାଗଲା ‘ଫ୍ରି ପାଲେଷ୍ଟାଇନ ‘ ପ୍ଲାକାର୍ଡ ଓ ବ୍ୟାନର । ମହମ୍ମଦଙ୍କ ଜୟନ୍ତୀ ଅବସରରେ କଟକର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଵଡ ଵଡ ଶୋଭାଯାତ୍ରା ଵାହାରି ସହର ପରିକ୍ରମା କରିବାର ପରମ୍ପରା ରହିଛି ।

ଆଜି ସହରର ବିଭିନ୍ନ ମୋହଲ୍ଲା କମିଟି ତରଫରୁ ଏହିଭଳି ଶୋଭାଯାତ୍ରା ଵାହାର କରାଯାଇ ସହର ପରିକ୍ରମା ସମୟରେ ଭାରତର ଜାତୀୟ ପତାକା ସହ ଦେଖିବାକୁ ମିଳିଥିଲା ପାଲେଷ୍ଟାଇନର ବିଶାଳ ଜାତୀୟ ପତାକା । ଏହା ସହ ଶୋଭାଯାତ୍ରାରେ ଯାଉଥିଵା ଶ୍ରଦ୍ଧାଳୁ ମାନଙ୍କ ହାତରେ ‘ଫ୍ରି ପାଲେଷ୍ଟାଇନ ‘ ଓ ‘ପ୍ରେ ଫର୍ ପାଲେଷ୍ଟାଇନ ‘ ସ୍ଳୋଗାନ ଲେଖାଥିବା ପ୍ଲାକାର୍ଡ ଆଦି ଦେଖିବାକୁ ମିଳିଥିଲା ।ମଧ୍ୟପ୍ରାଚ୍ୟରେ ଇସ୍ରାଏଲ -ପାଲେଷ୍ଟାଇନ ଵିଵାଦ ଚରମ ସୀମାରେ ଥିବା ବେଳେ ବୈଦେଶିକ ନିତୀ ଦୃଷ୍ଟିରୁ ଭାରତ କୈାଣସି ପକ୍ଷଭୁକ୍ତ ନହୋଇ ଏହି ଵିଵାଦଠାରୁ ଦୁରେଇ ରହିଛି ।

Advertisement

ଏଭଳି ସମ୍ବେଦନଶୀଳ ସ୍ଥିତିରେ ଇଦ୍ ଏ ମିଲାଦୁନ ନଵି ଶୋଭାଯାତ୍ରାରେ ପାଲେଷ୍ଟାଇନ ସପକ୍ଷରେ କଟକରେ ଏଭଳି ପ୍ରଦର୍ଶନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ପୋଲିସ ଘଟଣାରେ ହସ୍ତକ୍ଷେପ କରି ଉଭୟ ପାଲେଷ୍ଟାଇନ ପତାକା ଓ ପାଲେଷ୍ଟାଇନ ସମର୍ଥନରେ ଥିବା ପ୍ଲାକାର୍ଡ ଗୁଡିକୁ ଜଵତ କରିଛି ।

Leave a Reply

Your email address will not be published. Required fields are marked *