Pratidin TV

Odisha's Digital News Platform

ପୁଣି ୭୫ ବର୍ଷ ପରେ ଚୀନକୁ ଛାରଖାର କଲା ବାତ୍ୟା ।

ଦୀର୍ଘ ୭୫ ବର୍ଷ ପରେ ପୁଣି ଚୀନକୁ ଛାରଖାର କଲା ବାତ୍ୟା । ଚୀନ ସାଙ୍ଘାଇରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ବେବିଙ୍କା । ଘଣ୍ଟାପ୍ରତି ୧୫୦ କିମି ବେଗରେ ସାଙ୍ଘାଇରେ ବହୁଛି ପବନ । ସ୍ଥାନୀୟ ସମୟାନୁସାରେ ଆଜି ସକାଳ ସାଢେ ୭ଟା ସମୟରେ ଲ୍ୟାଣ୍ଡଫଲ କରିଛି ବେବିଙ୍କା ।

କିଛିଦିନ ପୂର୍ବରୁ ଶକ୍ତିଶାଳୀ ବାତ୍ୟା ୟାଗୀ ଦକ୍ଷିଣ ଚୀନରେ ତାଣ୍ଡବ ରଚିଥିଲା । ଏଥିଯୋଗୁଁ ୪ ଜଣ ପ୍ରାଣ ହରାଇ ଥିବାବେଳେ ୯୫ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ସେହିପରି ଟେଲିକମ ସେବା ବାଧାପ୍ରାପ୍ତ ଯୋଗୁଁ ୧୨ ଲକ୍ଷ ଲୋକେ ପ୍ରଭାବିତ ହୋଇଥିଲେ।

ଏହାକୁ ଦୃଷ୍ଟିରେ ରଖି ବାତ୍ୟା ମୁକାବିଲା କରିବା ପାଇଁ ସାଙ୍ଘାଇରେ ୫୬ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।
ସହରର ୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସହରକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ବନ୍ଦ କରିଦିଆଯାଇଛି । ରବିବାର ରାତିରୁ ସମସ୍ତ ଉଡାଣକୁ ବାତିଲ କରିଦିଆଯାଇଛି । ସେହିପରି ବସ୍ ଓ ଫେରୀ ସେବା ବି ବନ୍ଦ ରହିଛି । ପ୍ରଦର୍ଶନୀ କେନ୍ଦ୍ର ଏବଂ ବିଦ୍ୟାଳୟ ଜିମ୍ ଗୁଡିକ ଆଶ୍ରୟସ୍ଥଳୀରେ ପରିଣତ ହୋଇଛି ବୋଲି ରାଜ୍ୟ ପ୍ରସାରଣକାରୀ ସିସିଟିଭି ରିପୋର୍ଟ କରିଛି। ସେହିଭଳି ପଡୋଶୀ ପ୍ରଦେଶର ଜେଜିଆଙ୍ଗ ଏବଂ ଜିଆଙ୍ଗସୁରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସିସିଟିଭି ଅନୁଯାୟୀ ସୋମବାର ଅପରାହ୍ନ ସୁଦ୍ଧା ସମଗ୍ର ଅଞ୍ଚଳରେ ୧୬୦୦ ରୁ ଅଧିକ ବିମାନ ବାତିଲ କରାଯାଇଛି।

Leave a Reply

Your email address will not be published. Required fields are marked *