Pratidin TV

Odisha's Digital News Platform

ଗାଁ ରେ ବ୍ୟାପୁଛି ଝାଡ଼ାବାନ୍ତି -ଜ୍ଵର , ୪ମୃତ ଅନେକ ଆକ୍ରାନ୍ତ…

ରାୟଗଡା ; ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସେରିଗୁମ୍ମା ପଞ୍ଚାୟତ ର ଲାମ୍ବେରି ଗ୍ରାମରେ ଝାଡ଼ାବାନ୍ତି ଓ ଜ୍ଵରରେ ୪ଜଣ ମୃତ୍ୟୁବରଣ କରିଥିବା ବେଳେ ବହୁ ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି।ସୂଚନାଅନୁଯାୟୀ ଆଜକୁ ୭ ଦିନ ହେବ ୪ଜଣ ସାଦାଇ ନାଚିକା (୪୫)ରାଲିକା ଆସିଡିଗା (୪୦) କୁମୁଟା ନାଚିକା(୪୦) ଲାକି କଲକା (୩୮)ମୃତ୍ୟୁ ହୋଇଛନ୍ତି ବୋଲି ଗ୍ରାମବାସୀ କହୁଥିବା ବେଳେ ମହିଳା ସ୍ୱାସ୍ଥ୍ୟ କର୍ମୀ ୩ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ।

ଏହି ଗାଁ ରେ ୧୨୦ ପରିବାର ରହୁଥିବା ବେଳେ ଘର କୁ ଘର ଜଣେ ବା ଦୁଇ ଜଣ ଲେଖାଏଁ ଝାଡ଼ାବାନ୍ତି ଓ ଜ୍ଵର ରେ ପୀଡିତ ହୋଇଥିବାରୁ ଗାଁ ପୁରା ସୁନସାନ ହୋଇଥିବା ଦେଖିବାକୁ ମିଳିଛି । ୪ଜଣ ମୃତ ପରେ ମଧ୍ୟ କୌଣସି ଡାକ୍ତର ଦଳ ଗାଁ କୁ ପହଞ୍ଚି ନାହାଁନ୍ତି । ଶୁଣିବାକୁ ମିଳୁଛି ଯେ ୪ଜଣ ମୃତ୍ୟୁ ଓ ବହୁ ଆକ୍ରାନ୍ତ ପରେ ପାଖ ପଡିଶା ରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଛି । ଯେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିବା ପାଇଁ ବନ୍ଧୁ ବାନ୍ଧବ ସାହି ପଡିଶା ଭୟ କରି କେହି ଯାଉନାହାଁନ୍ତି। ସେହି ଗାଁ କୁ ଗଲେ ଆମ ଗାଁରେ ମଧ୍ୟ ଏହି ରୋଗ ବ୍ୟାପିବ ବୋଲି କହି ଆସୁନଥିବା ଲାମ୍ବେରି ବାସୀ କହିଛନ୍ତି।

ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଲମ୍ବେରି ଗ୍ରାମରେ ଚିକିତ୍ସା ଯୋଗାଇ ନ ଦେଲେ ଲୋକେ ପୋକ ମାଛି ପରି ମୃତ୍ୟୁ ହେବ ବୋଲି ଗ୍ରାମବାସୀ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନାମିଳିଛି ଯେ ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ରୋଗ ହୋଇଥିବା ଜଣାପଡିଛି ।ଉକ୍ତ ପାନୀୟ ଜଳ ସଂଗ୍ରହ କରିପରୀକ୍ଷା ନିମନ୍ତେ ପଠାଯାଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *