Pratidin TV

Odisha's Digital News Platform

ରାମଲାଲାଙ୍କ ମୁର୍ତ୍ତିରେ ଉଭାହେଲେ ଗଜାନନ , ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ଼ ..

ଧରାପୃଷ୍ଠକୁ ଓହ୍ଲାଇଛନ୍ତି  ଅଗ୍ରପୂଜ୍ୟ ବିଘ୍ନବିନାଶକ  । ଗଜାନନ ଙ୍କୁ କରାଯାଇଥିଲା ଜୋରଦାର ପ୍ରସ୍ତୁତି । ଯେଉଁଥିପାଇଁ ଚଳଚଞ୍ଚଳ ହୋଇପଡ଼ିଥିଲା ଗାଁଠୁ ସହର । ତେବେ ଏହିସମୟରେ ଏବେ ଚର୍ଚ୍ଚାର ବିଷୟ ପାଳଟିଛି ଗଣପତିଙ୍କର ଏକ ଅନନ୍ୟ ପ୍ରତିମା ।  ଯାହାକୁ ଦେଖି ସମସ୍ତେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ । ଏହି ଗଜାନନଙ୍କୁ ତିଆରି କରିଥିବା କାରିଗର ଏବେ ପ୍ରଶଂସା ସାଉଁଟୁଛନ୍ତି । ଏହି ମୂର୍ତ୍ତିଟି ସଂସ୍କାରଧାନୀ ଜବଲପୁରରେ ସ୍ଥାପନ କରାଯାଇଛି ।

ଏହି ପ୍ରତିମାଟି ଅନନ୍ୟ ଏବଂ ଅଦ୍ବିତୀୟ । ଅଯୋଧ୍ୟା ଶ୍ରୀ ରାମଲଲା ଙ୍କ ଛୋଟ ଛୋଟ ପ୍ରତିମାରେ ତିଆରି ହୋଇଛି ଗଜାନନଙ୍କ ମୂର୍ତ୍ତି ।ଏହାକୁ ତିଆରି କରିଛନ୍ତି ଜବଲପୁରର ଗଦା ଫାଟକ ଅଞ୍ଚଳର ବାସିନ୍ଦା ଜୟଶ ଗୁପ୍ତା । ଏହି ବିଶେଷ ମୂର୍ତ୍ତିକୁ ତିଆରି କରିବା ପାଇଁ ଜୟଶଙ୍କୁ ୧୫ ଦିନ ସମୟ ଲାଗିଥିଲା ।ରାମଲାଲାଙ୍କ ୨୫୧ଟି କ୍ଷୁଦ୍ର ପ୍ରତିମୂର୍ତ୍ତି ବ୍ୟବହାର କରାଯାଇଛି । ଆଉ ଭଗବାନ ଗଣେଶଙ୍କ ରୂପରେ ଅତି ଯତ୍ନର ସହିତ ତିଆରି କରାଯାଇଛି । ରାମଲାଲାଙ୍କ କ୍ଷୁଦ୍ର ମୂର୍ତ୍ତିଗୁଡ଼ିକରୁ ନିର୍ମିତ ଭଗବାନ ଗଣେଷଙ୍କ ମୂର୍ତ୍ତି ଆଖପାଖ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

Leave a Reply

Your email address will not be published. Required fields are marked *