ପ୍ରେରଣା ସାଜିଲେ ଦୁଇ ଭଉଣୀ : ବିନା କୋଚିଂରେ କ୍ଲିଅର କଲେ IAS ପରୀକ୍ଷା
1 min readନୂଆଦିଲ୍ଲୀ : ପରିସ୍ଥିତିକୁ ବାହାନା କରି ଅନେକ ନିଜ ସ୍ୱପ୍ନରୁ ଓହରି ଯାଆନ୍ତି । ବା ନିଜ ସ୍ୱପ୍ନର ଜଳାଞ୍ଜଳି ଦେଇଦିଅନ୍ତି । ଆଜିକାଲିର ଯୁବପିଢୀ ଟଙ୍କା,ପଇସା,ସମୟ ଏବଂ ପରିସ୍ଥିତି ଭଳି ବାହନାକୁ ମୁଖ୍ୟ ଅସ୍ତ୍ର ବନାଉଥିବା ବେଳେ ଅନେକଙ୍କ ପ୍ରେରଣା ପାଲଟିଛନ୍ତି ଏହି ଦୁଇ ଭଉଣୀ । ବିନା କୋଚିଂରେ ଆଇଏଏସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇପାରିଛନ୍ତି । ଏହି ଦୁଇ ଭଉଣୀ ଏକା ସାଙ୍ଗରେ କ୍ଲିଅର କଲର ଆଇଏଏସ୍ ।
ପରୀକ୍ଷାର କିଛି ଦିନ ପୁର୍ବରୁ କୋରାନା ହୋଇଥିଲା ତଥାପି ହାର ମାନିନଥିଲେ ଦିଲ୍ଲୀର ଦୁଇ ଭଉଣୀ ଅଙ୍କିତା ଓ ବୌଶାଳୀ । ଅଙ୍କିତା ୟୁପିଏଏସି ପରୀକ୍ଷାରେ ତୃତୀୟ ସ୍ଥାନରେ ରହିଥିବା ବେଳେ ବୌଶାଳୀ ୨୧ ସ୍ଥାନରେ ଥିଲେ । ଅଙ୍କିତାଙ୍କ ପାଇଁ ଏହି ପରୀକ୍ଷା ବହୁତ କଠିନ ଥିଲା କାରଣ ଚତୁର୍ଥ ପ୍ରୟାସରେ ଏହି ସଫଳତା ପାଇଥିଲେ ଅଙ୍କିତା । ସେ ଇଣ୍ଡିଆନ୍ ଆଇଟି ଆଣ୍ଡ ଆକାଉଣ୍ଟସ୍ ରେ ମଧ୍ୟ କାର୍ଯ୍ୟ କରୁଥିଲେ । କିଛି ଦିନ ପୁର୍ବରୁ ତାଙ୍କର ବିବାହ ମଧ୍ୟ ହୋଇଯାଇଛି । ତାଙ୍କ ସ୍ୱାମୀ ଅଭିନବ ତ୍ୟାଗି ମଧ୍ୟ ମହାରାଷ୍ଟ୍ରର ଏକ ଆଇପିଏସ୍ ଅଫିସର । ସେହିପରି ବୌଶାଳୀଙ୍କ ମଧ୍ୟ ଏହା ଦ୍ୱିତୀୟ ପ୍ରୟାସ କାରଣ ସେ ଏମ୍ ଟେକ୍ ପ୍ରୋଜେକ୍ଟ ପାଇଁ ସ୍ୱାସ୍ଥ ବିଭାଗରେ କାର୍ଯ୍ୟ କରୁଥିଲେ ଏହି ସମୟରେ ସେ ୟୁପିଏସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ବୌଶାଳୀ ବିନା କୋଚିଂରେ ଏହି ସଫଳତା ପାଇଛନ୍ତି କାରଣ ପ୍ରତିଥର ତାଙ୍କୁ ତାଙ୍କ ଭଉଣୀ ସାହ।ର୍ଯ୍ୟ କରୁଥିଲେ ।