Pratidin TV

Odisha's Digital News Platform

ଚୀନରେ ହଠାତ୍‌ ଧସିଲା ସୁନାଖଣି , ମାଟିତଳେ ଫସି ରହିଛନ୍ତି ୧୮ କର୍ମଚାରୀ

ନୂଆଦିଲ୍ଲୀ : ଚୀନର ଜିନଜିଆଙ୍ଗ ପ୍ରଦେଶରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଏକ ସୁନା ଖଣି ଧସି ପଡିଛି । ଫଳରେ କାମ କରୁଥିବା ୧୮ଜଣ କର୍ମଚାରୀ ମାଟି ତଳେ ଫସି ରହିଛନ୍ତି । ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ମୋଟ ୪୦ ଜଣ କର୍ମଚାରୀ ଖଣି ଭିତରେ ଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅଧିକାରୀ କହିଛନ୍ତି ଯେ ଅବଶିଷ୍ଟ ଲୋକଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଚୀନ ହେଉଛି ବିଶ୍ୱର ବୃହତମ ଖଣି ଶିଳ୍ପ । ଏହା ମଧ୍ୟ ବିଶ୍ୱର ବୃହତମ କୋଇଲା ଉତ୍ପାଦନକାରୀ ଦେଶ । ତେବେ ଚାଇନାର ଖଣିଗୁଡିକ ଅତ୍ୟନ୍ତ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଏଠାରେ ସୁରକ୍ଷା ଅଭାବରୁ ଶ୍ରମିକମାନେ ଅନେକ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ଚାଇନାର କିଙ୍ଘଇ ଅଂଚଳରେ ଏକ କୋଇଲା ଖଣି ଧସିବା କାରଣରୁ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା । ଗତ ବର୍ଷ, ୨୦୨୧ ମସିହାରେ, ଉତର ଶାନସି ପ୍ରଦେଶର ଏକ କୋଇଲା ଖଣିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *