Pratidin TV

Odisha's Digital News Platform

ଅଭିନେତ୍ରୀଙ୍କୁ ନିର୍ଯାତନା ଦେଇ ନିଲମ୍ବିତ ହେଲେ ୩ ବରିଷ୍ଠ IPS ଅଧିକାରୀ ..

1 min read

ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ୍ କାଦମ୍ବରୀ ଜେଠୱାନୀଙ୍କ ନିର୍ଯାତନା ଓ ଧମକ ଦେବା ଅଭିଯୋଗରେ ୩ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ସେମାନେ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ଗୁଇନ୍ଦା ମୁଖ୍ୟ ତଥା ଡିଜି ରାଙ୍କର IPS ଅଧିକାରୀ ପି. ସୀତାରାମ ଅଞ୍ଜାନେୟୁଲୁ, ଆଇଜି ରାଙ୍କ ଅଧିକାରୀ ତଥା ପୂର୍ବତନ ବିଜୟୱାଡ଼ା ପୋଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ SP ରାଙ୍କ ଅଧିକାରୀ ତଥା NTR ଜିଲ୍ଲାର ପୂର୍ବତନ ଡିସିପି ବିଶାଲ ଗୁନ୍ନି ।

ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ କାଦମ୍ବରୀ ଏବଂ ତାଙ୍କ ବୟସ୍କ ବାପାମାଆଙ୍କୁ ମିଛ ମାମଲାରେ ପୋଲିସ ଅଟକ ରଖି ନିର୍ଯାତନା ଦେଇଥିଲା । ବିନା ଦୋଷରେ ୪୦ ଦିନ ବିଚାର ବିଭାଗୀୟ ହେପାଜତରେ ସେମାନଙ୍କୁ ରହିବାକୁ ପଡ଼ିଥିଲା ।

Advertisement

ଏହି ୩ ଅଧିକାରୀ ଉପଯୁକ୍ତ ତଦନ୍ତ ନ କରି ଏବଂ କ୍ଷମତାର ଅପବ୍ୟବହାର ଦ୍ୱାରା ଅଭିନେତ୍ରୀ ଏବଂ ତାଙ୍କ ପରିବାର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଅଭିନେତ୍ରୀ ଏମାନଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ସତ ସାମ୍ନାକୁ ଆସିଥିଲା । ଯାହାଫଳରେ ଆନ୍ଧ୍ରପ୍ରଦେଶ ଡିଜିପି ଦ୍ୱାରକା ତିରୁମାଲା ରାଓ ଏହି ୩ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *