Pratidin TV

Odisha's Digital News Platform

ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା , ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ଯୋଜନା ଆବେଦନ …

1 min read

 ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା । ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ‘ସୁଭଦ୍ରା’ ଯୋଜନା ଆବେଦନ ଓ ପଞ୍ଜିକରଣ ପ୍ରକ୍ରିୟା । ସେହିପରି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଯୋଜନାର ଶୁଭାରମ୍ଭ କରିବା ପରେ ଯୋଗ୍ୟ ହିତାଧିକାରୀ ପାଇଛନ୍ତି ପ୍ରଥମ କିସ୍ତି ଅର୍ଥାତ୍ ୫ ହଜାର ଲେଖାଏଁ ଟଙ୍କା । ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏହାପରେ ପର୍ଯ୍ୟାୟକ୍ରମେ ପ୍ରଥନ କିସ୍ତିର ଟଙ୍କା ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଲୋକଙ୍କ ମନରେ ସୁଭଦ୍ରା ଯୋଜନାକୁ ନେଇ  ଲାଗି ରହିଥିବା ଦ୍ୱନ୍ଦକୁ ଦୂର କରିବା ପାଇଁ  ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ପାଇଁ ପଞ୍ଜିକରଣ ଓ ଆବେଦନ ପ୍ରକ୍ରିୟା ଜାରି ରହିବ । ସେହିପରି ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯିବ, ପ୍ରଥମେ ବ୍ୟାଙ୍କ ଆକାଉଣ୍ଟ ସଚଳ ଅଛି କି ନାହିଁ ଜାଣିବା ପାଇଁ ୧ ଟଙ୍କା ପଠାଯିବ । ଏହାପରେ ପର୍ଯ୍ୟାୟକ୍ରମେ କିସ୍ତି ଟଙ୍କା ମିଳିବ । ତେବେ ଟଙ୍କା ପଠାଯିବା ପରେ SMS ମାଧ୍ୟମରେ ସୂଚନା ଦିଆଯିବ ।

Leave a Reply

Your email address will not be published. Required fields are marked *