Pratidin TV

Odisha's Digital News Platform

ଲଗାଣ ବର୍ଷାରେ ରେଳ ଲାଇନ୍‌ରେ ଖସିଲା ମାଟି ଅତଡ଼ା , ଅଟକି ରହିଛି ଟ୍ରେନ ..

ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛି । ତେବେ ରାୟଗଡ଼ା ଜିଲାରେ ଲଗାଣ ବର୍ଷା ପ୍ରଭାବରେ ରେଳ ଲାଇନ୍‌ ଉପରେ ମାଟି ଅତଡ଼ା ଖସି ପଡ଼ଛି । । ମାଟି ଅତଡ଼ା ଖସି ଟ୍ରେନ ଲାଇନରେ ଜମା ହୋଇଯାଇଛି ।

ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କେଉଟଗୁଡା ରେଳ ଷ୍ଟେସନ ନିକଟରେ । ମାଟି ଅତଡ଼ା ଖସି ରାସ୍ତା ଜାମ ହୋଇଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି । ବର୍ତମାନ ସୁଧା ମିଳିଥିବା ଖବର ଅନୁସାରେ ଏହି ମାଟି ଅତଡ଼ା ଖସିବା ଯୋଗୁ ସମଲେଶ୍ୱରୀ ଟ୍ରେନ ଅଟକି ରହିଥିଲା ! ମାଟି ଅତଡ଼ା ଖସି ଜାମା ହୋଇଥିବା ରାସ୍ତାକାମ ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *