ଗଣପତି ମହୋତ୍ସବ କୁ ଆସି ଯୁକ୍ତି ତର୍କ ଲାଗିଲେ ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ..
1 min readପୁଣିଥରେ ଚର୍ଚ୍ଚାରେ ରହିଛନ୍ତି ଭାରତର ସବୁଠୁ ଧନୀ ଓ ପ୍ରତିଷ୍ଠିତ ଅମ୍ବାନୀ ପରିବାର । ବର୍ତ୍ତମାନ ପିତା ମୁକେଶ ଅମ୍ବାନୀ ପୁଅ ଅନନ୍ତ ଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏଥିରେ ଅନନ୍ତ ଅମ୍ବାନୀ ତାଙ୍କ ପିତାଙ୍କ ସହ ଯୁକ୍ତି ତର୍କ କରୁଥିବାର ଦେଖିବାକୁ ମିଳିଛି । ମୁମ୍ବାଇର ପ୍ରଶିଦ୍ଧ ଲାଲବାଗଚା ରାଜାରେ ଗଣପତି ମହୋତ୍ସବ କାଳରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ, ସାନ ପୁଅ ଅନନ୍ତ ଅମ୍ବାନୀ ଓ ବୋହୂ ରାଧିକାଙ୍କ ମଧ୍ୟରେ କିଛି ଅସହମତି ହୋଇଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଗଣମାଧ୍ୟମ ସୂଚନା ଅନୁସାରେ ଏହି ବିବାଦ ହୁଏତ ପାରିବାରିକ ହୋଇଥାଇପାରେ। ତେବେ ଅନେକ ଲୋକେ ଏହାକୁ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ବୋଲି ଭାବୁଛନ୍ତି। ଅମ୍ବାନୀ ପରିବାର ସେମାନଙ୍କ ଘନିଷ୍ଠତା ଓ ବ୍ୟବସାୟୀକ କ୍ଷମତା ଲାଗି ଜଣାଯାଆନ୍ତି। ଏଣୁ ସେମାନଙ୍କ ପାରିବାରିକ ପ୍ରସଙ୍ଗକକୁ ସାର୍ବଜନିକ କରିନଥାନ୍ତି। ତେବେ ପିତାପୁତ୍ରଙ୍କ ମଧ୍ୟରେ ବିବାଦର ସଠିକ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ, ତେବେ ଏହି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଘଟଣାକୁ ନେଇ ଅମ୍ବାନୀ ପରିବାର ପକ୍ଷରୁ ମାମଲାରେ କୌଣସି ଅଧିକାରୀକ ବୟାନ ଦିଆଯାଇନି। ଏଣୁ ଏଥିରୁ ସଂକେତ ମିଳୁଛି ଏହା ଅତ୍ୟନ୍ତ ବ୍ୟକ୍ତିଗତ ଓ ସାଧାରଣ ଘଟଣା ହୋଇପାରେ।