Pratidin TV

Odisha's Digital News Platform

ଆଜିଠାରୁ ଆରମ୍ଭ ବରଗଡରେ ନୂତନ କଂସର ପୁରୁଣା ରାଜ୍

1 min read

ବରଗଡ : ଆଜିଠୁ ଆରମ୍ଭ ବିଶ୍ୱ ପ୍ରଶିଦ୍ଧ ଧନୁଯାତ୍ରା । ଏବର୍ଷ ନୂତନ କଂସଙ୍କ ସହ ହେବ ସେହି ପୁରୁଣା ରାଜୁତି । ଯାହାକୁ ଦେଖିବା ପାଇଁ ଲାଗିବ ହଜାର ହଜାର ଦର୍ଶକଙ୍କ ଭିଡ । ଚଳିତ ବର୍ଷ କଂସ ରୂପରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ବରଗଡ । ଏହାପରେ ଚାଲିଥିବା ନୂତନ କଂସ ଖୋଜା ଅଭିଯାନ । ଯେଉଁଥିରେ ନିଜର ଅଭିନୟ ଦେଖାଇଥିଲେ ଶହ ଶହ କଳାକାର । କିନ୍ତୁ ତା ମଧ୍ୟରୁ ବଚ୍ଛାହେଲେ ଶ୍ରେଷ୍ଠ ଅଭିନେତା ହୃଷିକେଶ ଭୋଇ ।

ଏବର୍ଷ କଂସ ମହାରାଜଙ୍କ ଦରବାରକୁ ୪୨ ଫୁଟ ଉଚ୍ଚତା ୧୨୦ ଫୁଟ ଲମ୍ବ ଏବଂ ୩୫ ଫୁଟ ଚଉଡା କରାଯାଇ। କଲିକତାରୁ ୩୦ ଜଣ କାରିଗର ୧୫ ଦିନ ଧରି କାମ କରିଛନ୍ତି। ରାଜ ଦରବାରକୁ ରାଜସ୍ଥାନ ରାଜମହଲର ରୂପ ଦିଆଯାଇଛି।ଆଜି ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି ବରଗଡ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଶେଷ ହୋଇଛି ।

Advertisement

ଆଜି ଅପରାହ୍ନ ୨ଟା ୩୦ରେ ଗାନ୍ଧି ଛକରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହରର ମୁଖ୍ୟ ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବ। ଏଥିରେ ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର ୨୦ଟି ସାଂସ୍କୃତିକ ଦଳ। ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସଂଧ୍ୟା ୬ଟାରେ ସେହି ଶୋଭାଯାତ୍ରା ହାଟପଦାରେ ଥିବା କଂସ ମହାରାଜଙ୍କ ରାଜଦରବାରରେ ପହଞ୍ଚିବ। ଏହାପରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ। ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ଓ ବିଧାୟକ ଦେବେଶ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଧନୁଯାତ୍ରାର ଉଦଘାଟନ କରିବେ।ଏହାପରେ ବରଗଡ଼ ସହର ମଥୁରା ନଗରୀ ନାଁରେ ନାମିତ ହେବ। ପ୍ରଥମ ଦିନର କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ଆରମ୍ଭ ହେବ।

Leave a Reply

Your email address will not be published. Required fields are marked *