Pratidin TV

Odisha's Digital News Platform

୧୯ ଲକ୍ଷ ଟଙ୍କାରେ ନିଲାମ ହେଲା ୩୫୦୦ କେଜିର ଲଡ଼ୁ..

ବିଘ୍ନବିନାଶକ , ଅଗ୍ରପୂଜ୍ୟ ଗଜାନନଙ୍କର ପୂଜା ସାରା ରାଜ୍ୟରେ ବେଶ ଧୁମ ଧାମରେ ପାଳନ ହୋଇସାରିଛି। ଏପରିକି ଗଣେଶଙ୍କର ପ୍ରିୟ ଖାଦ୍ୟ ଲଡୁକୁ ମଧ୍ୟ ତାଙ୍କ ନିକଟରେ ଲାଗି କରାଯାଇଥିଲା। ତେବେ ତାଳଚେରରେ ୩୫୦୦ କେଜି ଓଜନ ର ଲଡୁ ତିଆରି କରାଯାଇ ଗଜାନନଙ୍କୁ ଲାଗି କରାଯାଇଥିଲା। ତାଳଚେରରେ ଆଜି ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ସକାଳ ୧୦ ଟାରୁ ଭସାଣି ଉତ୍ସବ ଆରମ୍ଭ ହେବ। ରାତି ୧୦ ସୁଦ୍ଧା ସମସ୍ତ ମେଢ଼ ବିସର୍ଜନ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ତେଣୁ ଏଠି ନିମନ୍ତେ ମଙ୍ଗଳବାର ତାଳଚେର ପୂଜା କମିଟି ପକ୍ଷରୁ ଗଜାନନଙ୍କ ଆଜ୍ଞା ଲଡୁ ର ନିଲାମ ଡକାଯାଇଥିଲା।

ଆଉ ଏହି ୩୫୦୦ କେଜି ର ଲଡୁ ୧୯ ଲକ୍ଷ ୩୮ ହଜାର ଟଙ୍କାରେ ନିଲାମ ହୋଇଛି। ତେବେ ଗଣେଶଙ୍କ ଆଜ୍ଞା ଲଡୁ ପାଇଥିବା ଅନୁଷ୍ଠାନ ବେଶ ଖୁସି ଥିବା ପରିଲିକ୍ଷିତ ହେଉଛି। ପ୍ରଥମେ ଏହି ବିରାଟକାୟା ଆଜ୍ଞାଲଡ଼ୁକୁ ତାଳଚେର ଚିତ୍ରକୂଟ ଗଣେଶ ମନ୍ଦିର ଠାରେ ପୂଜାର୍ଚ୍ଚନା କରି ଏକ ପଟୁଆରରେ ଘଣ୍ଟବାଦ୍ୟ, ଝାଞ୍ଜ ଓ ମୃଦଙ୍ଗର ତାଳେ ତାଳେ ହଜାର ହଜାର ଲୋକଙ୍କ ମଧ୍ୟରେ କଡା ସୁରକ୍ଷାରେ ମେଲଣ ପଡ଼ିଆକୁ ଅଣାଯାଇଥିଲା। ଏହାକୁ ଦେଖିବାକୁ ସଭାସ୍ଥଳ ଲୋକାରଣ୍ୟ ହୋଇପଡ଼ିଥିଲା।

Leave a Reply

Your email address will not be published. Required fields are marked *