Pratidin TV

Odisha's Digital News Platform

ଆହୁରି ଦୁଇ ଦିନ ପ୍ରବଳ ବର୍ଷା! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ..

1 min read

ରାଜ୍ୟରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା  ସୂଚନା ଅନୁସାରେ, ଆହୁରୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ । ବିଶେଷକରି, ଉତ୍ତର ଓଡି଼ଶାରେ ଏହାର ପ୍ରଭାବ ଅଧିକ ରହିବ। କାରଣ , ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଗଭୀର ଅବପାତ ପଶ୍ଚିମ- ଉତ୍ତର ଦିଗରେ ଝାଡଖଣ୍ତ ଆଡ଼କୁ ଗତି କରିବ।

ଯାହା ଫଳରେ ଆଜି ଏହା କ୍ରମଶଃ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ୱର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେପଟେ, ପ୍ରବଳ ବର୍ଷା ନେଇ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଏସଆରସି। ଏହାବ୍ୟତୀତ କିଛି ଜିଲ୍ଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ, ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଜଳକା ନଦୀ ଫୁଲିବାରେ ଲାଗିଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର। ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ନଦୀ କୂଳଆ ବାସିନ୍ଦା ।

Leave a Reply

Your email address will not be published. Required fields are marked *