Pratidin TV

Odisha's Digital News Platform

 ଜଣାପଡିଲା ସତ , ଅନନ୍ତଙ୍କ ବିବାହକୁ ଆସିବାକୁ  ଅନନ୍ୟା ନେଇଥିଲେ ଟଙ୍କା !

1 min read

ଦେଶର ବହୁଚର୍ଚ୍ଚିତ ଅମ୍ବାନି ପରିବାରର ବିବାହ ସମ୍ପନ୍ନ ହୋଇଛି। ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ହୋଇଛି। ମୁମ୍ବାଇର ଜିଓ ୱାର୍ଲଡ୍ କନଭେନ୍ସନ୍ ସେଣ୍ଟରେ ଅନୁଷ୍ଠିତ ଏହି ସମାରୋହରେ ଦେଶବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା। ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ଉତ୍ସବ ଶେଷ ହୋଇଛି। ମୁକେଶ ଅମ୍ବାନୀ ତାଙ୍କ ପୁଅ ଅନନ୍ତ ଏବଂ ବୋହୂ ରାଧିକାଙ୍କ ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛନ୍ତି। 

 ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟିମାନେ ଏହି ରାଜକୀୟ ବିବାହରେ ଯୋଗ ଦେଇଥିଲେ | ଏହି ସମୟରେ, ବଡ଼ ବଡ଼ କଳାକାର ବିବାହରେ ଯୋଗ ଦେବା ପାଇଁ ଟଙ୍କା ନେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ବର୍ତ୍ତମାନ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏହି ଚର୍ଚ୍ଚାକୁ ନେଇ ନୀରବତା ଭାଙ୍ଗିଛନ୍ତି। ମାଶେବଲ୍ ଇଣ୍ଡିଆକୁ ସାକ୍ଷାତକାର ଦେବା ସମୟରେ ଅନନ୍ୟା ପାଣ୍ଡେଙ୍କୁ, ଅନନ୍ତଙ୍କ ବିବାହରେ ମନ ଖୋଲି ନାଚୁଥିବା ଭିଡିଓ ବିଷୟରେ ପଚରାଯାଇଥିଲା | ଟଙ୍କା ନେଇ ସେ ଏଭଳି ନାଚୁଥିଲେ କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, “ସେ ମୋର ବନ୍ଧୁ | ମୁଁ ବୁଝିପାରୁ ନାହିଁ କାହିଁକି ଲୋକମାନେ ଏପରି ଭାବୁଛନ୍ତି | ମୋର ବନ୍ଧୁମାନଙ୍କ ବିବାହରେ ମୁଁ ମୋର ହୃଦୟ ଖୋଲି ନାଚିବାକୁ ପସନ୍ଦ କରେ | ଏଥିରେ ଟଙ୍କା ଦେବା କଥା ଆସିଲା କୋଉଠୁ। ସେଭଳି କିଛି ବି ନଥିଲା। ମୋତେ ନାଚିବା ପାଇଁ କେହି ଟଙ୍କା ଦେଇନଥିଲେ। ଯେତିକି ମୁଁ ଜାଣିଛି ନିମନ୍ତ୍ରଣ ପାଇ ସବୁ ଆସିଥିଲେ, ଟଙ୍କା ପାଇ ନୁହେଁ।”

Advertisement

Leave a Reply

Your email address will not be published. Required fields are marked *