Pratidin TV

Odisha's Digital News Platform

ପେଜର ବିସ୍ଫୋରଣ : ଆଖି ହରାଇଲେ ଇରାନର ରାଷ୍ଟ୍ରଦୂତ ..

1 min read

ଲେବାନନରେ ଘଟିଛି ଭୟଙ୍କର ଘଟଣା। ଆମେରିକା ଓ ୟୁରୋପୀୟ ଦେଶ ଦ୍ୱାରା ଆତଙ୍କବାଦୀ ସଂଗଠନର ମାନ୍ୟତା ପାଇଥିବା ହେଜବୁଲ୍ଲାର ସଦସ୍ୟଙ୍କୁ ଟାର୍ଗେଟ କରି ହୋଇଛି ଆକ୍ରମଣ। ହେଜବୁଲ୍ଲାର ସଦସ୍ୟମାନେ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଶତାଧିକ ପେଜର ଆଜି ଏକାଥରେ ବିସ୍ଫୋରଣ ହୋଇଛି। ଫଳରେ ପୂରା ଲେବାନନରେ ଆତଙ୍କ ଖେଳି ଯାଇଛି। ଏହି  ପେଜର ବିସ୍ଫୋରଣରେ କିଏ ନିଜ ଗୋଡ଼ ହରାଇଛି ତ ଆଉ କିଏ ହାତ। ସେହିପରି ଅନେକ ପ୍ରାଣ ହରାଇଛନ୍ତି। ଏହି ପେଜର୍ ବିସ୍ଫୋରଣରେ ଲେବାନନରେ ଇରାନର ରାଷ୍ଟ୍ରଦୂତ ଗୋଟିଏ ଆଖି ହରାଇଥିବାବେଳେ ଲେବାନନ୍ ସାଂସଦଙ୍କ ପୁଅର ମୃତ୍ୟୁ ଘଟିଛି।

ରିପୋର୍ଟ ମୁତାବକ, ପେଜର ବିସ୍ଫୋରଣରେ ଇରାନର ରାଷ୍ଟ୍ରଦୂତ ମୋଜତବା ଆମାଇଙ୍କ ଗୋଟିଏ ଆଖି ନଷ୍ଟ ହୋଇଯାଇଛି। ଅନ୍ୟ ଏକ ଆଖିରେ ବି ଗୁରୁତର ଆଘାତ ଲାଗିଛି। ତାଙ୍କୁ ତେହରାନର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେପଟେ ଏହି ଆକ୍ରମଣ ପଛରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ହାତ ଥିବା ସୂତ୍ରରୁ ଜଣାପଡିଛି। ଲେବାନନ ଦାବି କରିଛି ଯେ, ହିଜବୁଲ୍ଲା ଆତଙ୍କବାଦୀମାନେ ଏହି ପେଜରକୁ କିଣିବା ସମୟରେ ହିଁ ଏଥିରେ ମୋସାଦ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା। ପ୍ରତିଟି ପେଜର୍‌ରେ ତିନି ଗ୍ରାମ ବିସ୍ଫୋରକ ସାମଗ୍ରୀ ଖଞ୍ଜା ଯାଇଥିଲା। ହେଜବୁଲ୍ଲାର ନିଜସ୍ୱ ଟେଲିକମ୍ୟୁନିକେସନ ବ୍ୟବସ୍ଥା ହେଉଛି ପେଜର। ସଂଗଠନ ପକ୍ଷରୁ ସଦସ୍ୟମାନଙ୍କୁ ମୋବାଇଲ ଫୋନ ବଦଳରେ ପେଜର ଦ୍ୱାରା କଥାବାର୍ତ୍ତା ହେବାକୁ କୁହାଯାଏ। ଏବେ ଉକ୍ତ ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *