Pratidin TV

Odisha's Digital News Platform

ସ୍ୱାଧୀନତାର ୭୭ ବର୍ଷ ପରେ ଆଜିବି ଅପହଞ୍ଚ ଓଲବରେ ମୋବାଇଲ ନେଟୱାର୍କ ସେବା , ପର୍ଯ୍ୟଟକ ହେଉଛନ୍ତି ହନ୍ତସନ୍ତ

1 min read

ବଡ଼ମ୍ବା ; ସରକାର ଡିଜିଟାଲ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଉଛନ୍ତି।ପ୍ରତି ଗାଁ ଗାଁ ରେ ପହଁଚିବ ମୋବାଇଲ ନେଟୱାର୍କ ସେବା ବୋଲି ଡିଣ୍ଡିମ ପିଟୁଛନ୍ତି। ବାସ୍ତବଚିତ୍ର କିନ୍ତୁ ଅନ୍ୟ କିଛି କହୁଛି। ରାଜ୍ୟର ବିକଶିତ ଜିଲ୍ଲା କୁହାଯାଉଥିବା କଟକ ଜିଲ୍ଲାର ଏମିତି ପଞ୍ଚାୟତ ଅଛି ଯେଉଁଠି ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ମୋବାଇଲ ନେଟୱର୍କ ସେବା ନାହିଁ ଦେଓଝର, ଡ଼ାବରଖୋଲ ଜଳପପ୍ରାତ କୁ ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ପଛୁଆ ଅଞ୍ଚଳ ହେଉଛି ଓଲବ ପଞ୍ଚାୟତ ୧୧ଟି ୱାର୍ଡର ପ୍ରାୟ ୧୨୦୦ ଜଣ ଭୋଟର ରହିଥିବା ବେଳେ ପ୍ରାୟ ୧୫ ଶହ ରୁ ଅଧିକ ଲୋକ ବସବାସ କରନ୍ତି। ଯାହାକି ସେହି ସମୟରେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା।

ପରେ ପ୍ରଶାସନ ର ନିଦ ଭାଙ୍ଗିଥିଲା। ଏହି ପଞ୍ଚାୟତ ରେ କଟକ ଜିଲ୍ଲାର ପ୍ରସିଦ୍ଧ ଜଳପ୍ରପାତ ଦେଓଝର ଏବଂ ଡ଼ାବରଖୋଲ ଦୁଇଟି ଜଳପ୍ରପାତ ରହିଛି।ଯଦିଓ ପର୍ଯ୍ୟଟକର ଅନେକ କିଛି ବିକାଶ ହୋଇଛି। କିନ୍ତୁ ଆଜିବି ମୋବାଇଲ ନେଟୱାର୍କ ସେବା ଅପହଞ୍ଚ ହୋଇ ରହିଛି। କାରଣ ମୋବାଇଲ ନେଟୱାର୍କ ସେବା ନଥିବାରୁ ବିଭିନ୍ନ ପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଓ ପର୍ଯ୍ୟଟକ ମଧ୍ୟ ନିରାଶ ହେଉଛନ୍ତି। ଏପରିକି ନେଟୱାର୍କ ସେବା ନଥିବାରୁ ଲୋକମାନେ ମେଡ଼ିକାଲ ଆମ୍ବୁଲାନ୍ସ ସେବା ସେବା ଭଳି ଜରୁରୀସେବାରୁ ବଞ୍ଚିତ ହୋଇଥାନ୍ତି। ୧୦୮ କୁ କିମ୍ବା ଅଗ୍ନିଶମ ବାହିନୀ, ଜନନୀ ଏକ୍ସପ୍ରେସ ଙ୍କୁ କଲ୍ କରିବା ପାଇଁ ମୋବାଇଲ ନେଟୱାର୍କ ସେବା ପାଇଁ ପ୍ରାୟ ପାଞ୍ଚ କିଲୋମିଟର ଦୂର ଗୋଡିବନ୍ଧ ପଞ୍ଚାୟତକୁ ଯାଉଥିବା ବେଳେ ଆଉ କିଛି ଜଙ୍ଗଲର ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବାକୁ ପଡିଥାଏ। ଯେଉଁଥିରେ ମୋବାଇଲ ରଖି ଗ୍ରାମବାସୀମାନେ ଜରୁରୀ ସମୟରେ ମୋବାଇଲ ସେବା ପାଇଁ ଲାଇନ ଲଗାଇଥାନ୍ତି। ରାସନ ସାମଗ୍ରୀ ପାଇଁ ଆଖି ସ୍କାନ ଏବଂ ଫିଙ୍ଗର ପ୍ରିଣ୍ଟ ଆବଶ୍ୟକ ହେଉଥିବା ବେଳେ ନେଟୱାର୍କ ସେବା ନଥିବାରୁ ଲୋକମାନେ ବାଧ୍ୟସୋଇ ପଞ୍ଚାୟତ ବଣଜଙ୍ଗଲ ଘେରା ଅଞ୍ଚଳରୁ ୫ ରୁ ୧୦ କିଲୋମିଟର ଦୂର ସ୍ଥାନକୁ ଆସି ରାସନ ସାମଗ୍ରୀ ନେଇଥାନ୍ତି।

Advertisement

ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଦେଓଝର ଏବଂ ଡ଼ାବରଖୋଲ ପର୍ଯ୍ୟଟନ ସ୍ଥଳୀରେ ପ୍ରତିଦିନ ପ୍ରାୟ ପାଞ୍ଚ ରୁ ଦଶ ହଜାର ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ଏପଟେ ସରକାର ଏବେ ରାସନ୍ ପାଇଁ ରଳଚ୍ଚମ କରୁଥିବା ବେଳେ ଯାହା ତ ସରଭର୍ ଅସୁବିଧା ରହୁଛି ସେଥିରେ ଦୁଇ ଗୁଣିତ କରୁଛି ମୋବାଇଲ ନେଟୱାର୍କ, ତେଣୁ ବାଧ୍ୟ ହୋଇ ଗୋଡ଼ିବନ୍ଧ ପଞ୍ଚାୟତକୁ ଆସିବାକୁ ପଡୁଛି ଏହା ସହିତ ସୁଭଦ୍ରା ଯୋଜନା ପକାଇବା ପାଇଁ ରାତିରେ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ପାଞ୍ଚ ଦଶ କିମି ଆସୁଛନ୍ତି ସୁଭଦ୍ରା ଫର୍ମ ଅନ୍ ଲାଇନ୍ ରେ ପକାଇବା ପାଇଁ । ଏପଟେ ଚାରି ଦିନ ତଳେ ଯେଉଁ ଦେଓଝର ଠାରେ ଯେଉଁ ଅଭାବନୀୟ ଘଟଣା ଘଟିଗଲା ଅକାଳ ରେ ବୁଡ଼ି ଭୁବନେଶ୍ୱର ବାଙ୍କୁଆପାଳ ର ଆୟୁଷ ସ୍ୱାଇଁ ମୃତୁ ହୋଇଛି । ଏହି ନେଟୱର୍କ ଅଭାବରୁ ତାଙ୍କ ବାପା ଏବଂ ସାଥିରେ ଆସିଥିବା ଅନ୍ୟ ସାଥି ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ । ତେଣୁ ସେ କଲ୍ କରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ।

ଏଠି ଦୁଇ ଦୁଇଟି ଜଳ ପ୍ରପାତ ଥିଲେ ମଧ୍ୟ ମୋବାଇଲ ନେଟୱାର୍କ ପାଇଁ ପର୍ଯ୍ୟଟକ ନାନା ଅସୁବିଧା ହେଉଛନ୍ତି ।ଏଠାରେ ପର୍ଯ୍ୟଟକ ରାତ୍ରିଯାପନ ପାଇଁ ପକୃତି ଭବନ ମଧ୍ୟ ରହିଛି କିନ୍ତୁ ନେଟୱାର୍କ ସୁବିଧା ନଥିବାରୁ ପର୍ଯ୍ୟଟକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ରାତ୍ର ରେ ଯେଉଁମାନେ ରହୁଛନ୍ତି ସେମାନେ ତାଙ୍କ ପରିବାର ସହ ଭଲରେ ଯୋଗାଯୋଗ ରେ ରହି ପାରୁନାହାନ୍ତି ଯାହା ଫଳରେ ଅସନ୍ତୋଷ ଦେଖିବାକୁ ମିଳୁଛି । ଗତ ୨୦୧୯ ମସିହାରେ ଓଲବ ପଞ୍ଚାୟତରେ ଏକ ମୋବାଇଲ ନେଟୱାର୍କ ସେବା ଯୋଗାଇ ଦେବା ପାଇଁ ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଏବଂ ସାଂସଦ ଭତ୍ତୃହରି ମହତାବ ପ୍ରତିଶ୍ରୁତି ଦେଇଥିଲେ। ନେଟୱର୍କ ବସିଲା ସତ କିନ୍ତୁ ନେଟୱର୍କ ମୋବାଇଲ କୁ ଆସିବା ସତ ସପନ । ମାତ୍ର ଆଜି ପର୍ଯ୍ୟନ୍ତ ତାହା କେବଳ ପ୍ରତିଶ୍ରୁତି ରେ ହିଁ ରହିଗଲା।କେବଳ ନିର୍ବାଚନ ଆସିଲେ ନେତା ମାନଙ୍କ ସୁଅ ଛୁଟେ ବହୁତ ପ୍ରତିଶ୍ରୁତି ମିଳେ। କିନ୍ତୁ ନିର୍ବାଚନ ସରିଲେ ସବୁ ପ୍ରତିଶ୍ରୁତି ପାଣିରେ ମିଳେଇଯାଏ। ଓଲବ ପଞ୍ଚାୟତ ରେ ତୁରନ୍ତ ମୋବାଇଲ ନେଟୱାର୍କ ସେବା ଯୋଗାଇ ଦେବାକୁ ଦାବୀ ହେଉଛି। ଦେଖିବାକୁ ବାକି ରହିଲା ଏତେ ଘଟଣା ପରେ କେବେ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାର ଙ୍କ ଏଥି ପ୍ରତି ଦୃଷ୍ଟି ଗୋଚର କରୁଛନ୍ତି । ଆଗକୁ ପର୍ଯ୍ୟଟନର ୠତୁ ଆସୁଥିବା ବେଳେ ଆଶା କରୁଛନ୍ତି ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକ ଏହାର ସମାଧାନ ଯଥା ଶୀଘ୍ର ହେଉ ବୋଲି ।

Leave a Reply

Your email address will not be published. Required fields are marked *