Pratidin TV

Odisha's Digital News Platform

ରାସ୍ତରେ ଗାତ ପାଇଁ ମୂଷାକୁ ଦାୟୀ କରି ନିଲମ୍ବିତ ହେଲେ କର୍ମଚାରୀ

1 min read

ରାସ୍ତାରେ ହେଉଥିବା ଗର୍ତ୍ତ ପାଇଁ ମୂଷା ଦାୟୀ। ରାଜସ୍ଥାନର ଦୌସା ଠାରେ ରାସ୍ତା ଭୁଶୁଡ଼ିବା ପାଇଁ ମୂଷାକୁ ଦାୟୀ କରିଥିବା ଜଣେ କର୍ମଚାରୀଙ୍କୁ କମ୍ପାନୀ ନିଲମ୍ବିତ କରିଛି। ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ରାସ୍ତାରେ ଖାଲ ପାଇଁ ସେ ଏପରି କାରଣ ଦର୍ଶାଇବା ପରେ ତାଙ୍କୁ କାର୍ଯ୍ୟରୁ ବିଦା ହେବାକୁ ପଡ଼ିଛି। ସେ କାମ କରୁଥିବା କମ୍ପାନୀ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି

ସୂଚନା ଅନୁଯାୟୀ, ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେର ଲମ୍ବ ୧୩୯୬ କିମି। ଏହା ଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସ ୱେ। ଦୁଇ ସହର ମଧ୍ୟରେ ଯାତାୟାତ ସମୟକୁ ୨୪ ଘଣ୍ଟାରୁ ୧୨ରୁ ୧୩ ଘଣ୍ଟାକୁ କମାଇବା ପାଇଁ ଏହାକୁ ତିଆରି କରାଯାଇଛି। ଏହି ଏକ୍ସପ୍ରେସ ୱେ ହରିୟାଣା, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ ଓ ମହାରାଷ୍ଟ୍ର ଦେଇ ଯାଇଛି। ତେବେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ପ୍ରକଳ୍ପ କାମରେ କର୍ମଚାରୀ ଜଣଙ୍କ ନିୟୋଜିତ ଥିଲେ। ସେ ନିଜକୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ପ୍ରକଳ୍ପର ମେଣ୍ଟେନାସ୍ ମ୍ୟାନେଜର କହିଥିଲେ। କମ୍ପାନୀର କେସିସି ବିଲଡକନ୍‌ର ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଉକ୍ତ ବ୍ୟକ୍ତି ଜଣକ କମ୍ପାନୀର କନିଷ୍ଠ କର୍ମଚାରୀ ଥିଲେ। ଏହି କର୍ମଚାରୀ ଜଣକ ଦାବି କରିଥିଲେ ଯେ ରାସ୍ତାର ଏକ ଅଂଶର ହୋଇଥିବା ଗର୍ତ୍ତ ପାଇଁ ମୂଷା ଦାୟୀ।

ବିଦା ହୋଇଥିବା କର୍ମଚାରୀ ଜଣଙ୍କ ରାସ୍ତାରେ ହୋଇଥିବା ଗର୍ତ୍ତ ସମ୍ପର୍କରେ କହିଥିଲେ ଯେ ସମ୍ଭବତଃ କୌଣସି ମୂଷା କିମ୍ବା ଛୋଟ ପଶୁ ରାସ୍ତାରେ ଗର୍ତ୍ତ କରିଦେଇଛି। ଏଥିପାଇଁ ଏହା ମଧ୍ୟରେ ପାଣି ପଶି ଯାଇ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ତେବେ ତାଙ୍କର ବୈଷୟିକ ଜ୍ଞାନ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) କୁ ଲେଖାଯାଇଥିବା ଚିଠିରେ ଏହି ସଂସ୍ଥା ଏଭଳି ସୂଚନା ଦେଇଛି ଯେ ସେ କମ୍ପାନୀର ମେଣ୍ଟେନାସ୍ ମ୍ୟାନେଜର ନୁହେଁ | ତେବେ ବର୍ତ୍ତମାନ କଣ୍ଟ୍ରାକ୍ଟର ଏହି ବିଷୟରେ ସୂଚନା ପାଇବା ମାତ୍ରେ ସେ ତୁରନ୍ତ ସେହି ଅଞ୍ଚଳକୁ ବ୍ୟାରିକେଡ୍ କରି ମରାମତି କରିଥିଲେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *