Pratidin TV

Odisha's Digital News Platform

ଶୀତଋତୁରେ ପିକନିକର ମଜ୍ଜା , ଜାଣନ୍ତୁ କେଉଁ ଜାଗା ..

1 min read

ମୟୁରଭଞ୍ଜ : ଚାଲିଛି ପିକନିକ ଋତୁ । ଏହି ସମୟରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ ଲାଗି ରହିଥିବା ବେଳେ ପିକନିକ ସ୍ପଟରେ ଭିଡ ଲାଗି ରହିଛି । ଆଉ ମାତ୍ର ଦିନ କେଇଟା ପରେ ନୂଆବର୍ଷ ଆସୁଥିବା ବେଳେ ଏବେ ସମସ୍ତେ ବର୍ଷର ଶେଷ ଦିନକୁ ନିଜ ନିଜ ଭିତରେ ଖୁସିରେ ପାଳନ କରିବା ନିମନ୍ତେ ନେଉଛନ୍ତି ପିକନିକର ମଜ୍ଜା । କିଏ ସେଲ୍ଫି ଉଠାଇବାରେ ବ୍ୟସ୍ତ, ପୁଣି କିଏ ବୋଟିଂ କରିବାରେ ବ୍ୟସ୍ତ । ସମସ୍ତେ ନିଜ ନିଜ ତରିକାରେ ପିକନିକକୁ ଉପଭୋଗ କରିବାରେ ଲାଗି ପଡିଥାନ୍ତି । କିଏ ସପରିବାର ସହିତ ତ ପୁଣି କିଏ ସାଙ୍ଗସାଥୀଙ୍କ ସହିତ ଆସିଛନ୍ତି ପିକନିକ୍ କରିବାକୁ । ଅନ୍ୟପଟେ ଚାଲିଛି ରୋଷେଇ । ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଅଧିନରେ ଥିବା କାଳଡ୍ୟାମ୍ ।

ବିସ୍ତୀର୍ଣ୍ଣ ନୀଳ ଜଳରାଶି ସହିତ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୁର ଥିବା କାଳଡ୍ୟାମରେ ଲାଗିଛି ପିକନିକ୍ ପାର୍ଟିଙ୍କ ଭିଡ । ଉଦଳା,କପ୍ତିପଦା ସମେତ ଜିଲ୍ଲା ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଛନ୍ତି । କେହି ଏହି ସୁନ୍ଦର ପରିବେଶକୁ ଉପଭୋଗ କରିବା ନିମନ୍ତେ ପର୍ଯ୍ୟଟକ ଭାବେ ଆସିଛନ୍ତି ତ ଆଉ କିଏ ସାଙ୍ଗସାଥୀଙ୍କ ସହିତ ପିକନିକ୍ ମନାଇବାକୁ ଆସିଛନ୍ତି । ବିସ୍ତୀର୍ଣ୍ଣ ଜଳରାଶିର ଚାରି ପାଖରେ ଘଂଚ ଜଙ୍ଗଲରେ ବସି ସାଙ୍ଗସାଥୀଙ୍କ ସହିତ ହସଖୁସି ବାଂଟୁଛନ୍ତି । ବ୍ୟସ୍ତବହୁଳ ଜୀବନରେ ସାଙ୍ଗସାଥୀ ଏବଂ ପରିବାର ସହିତ ସମୟ ବିତାଇବାକୁ କାଳ ଡ୍ୟାମ ଏକ ଉତ୍କୃଷ୍ଟ ସ୍ଥାନ ହୋଇଥିବା ବେଳେ ହଜାର ହଜାର ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି।

Advertisement

କିଏ ଡ୍ୟାମ ଭିତରେ ବୋଟିଂ କରି ମଜା ନିଅନ୍ତି ତ କିଏ ଖାଇବାର ମଜ୍ଜା ନେଇଥାନ୍ତି । ପୁଣି କିଏ ଡ୍ୟାମର ଗେଟ ନିକଟରେ ପହଂଚି ସେଲ୍ଫି ନେଇ ଥାନ୍ତ ତ ଆଉ କିଏ ନାଚଗୀତରେ ମାତିଥାନ୍ତ । କାଳଡ୍ୟାମର ପରିବେଶକୁ ଅନେକ ପର୍ଯ୍ୟଟକ ଭୂୟସୀ ପ୍ରଶଂସା କରିଥିବା ବେଳେ ଅନେକ ଗୁଡିଏ ସମସ୍ୟା ମଧ୍ୟ ଏଠାରେ ରହିଛି । ଏଠାରେ ଶୁଦ୍ଧ ପାନୀୟ ଜଳ ନିମନ୍ତେ କେବଳ ଗୋଟିଏ ନଳକୂପ ରହିବା କାରଣରୁ ଅଧିକ ସଂଖ୍ୟାରେ ପିକନିକ ପାର୍ଟି ଆସୁଥିବାରୁ ପିଇବା ପାଣିକୁ ନେଇ ସମସ୍ୟା ରହୁଥିବା କହିଛନ୍ତି କିଛି ପିକନିକ୍ ପାର୍ଟି । ଏହା ସହିତ ଏଠାରେ ଚାଲିଥିବା ବୋଟିଂ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହିତ ପର‌୍ୟ୍ୟଟକଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ କହିଛନ୍ତି ପର୍ଯ୍ୟଟକ ।

ତେବେ ଏହି କାଳଡ୍ୟାମର ବିକାଶ ହୋଇପାରିଲେ ଆଗାମୀ ଦିନରେ ଏଠାକୁ ଅଧିକ ପର୍ଯ୍ୟଟକ ଆସିପାରନ୍ତେ ବୋଲି ମତ ରଖିଛନ୍ତି ପର୍ଯ୍ୟଟକ । କାଳଡ୍ୟାମ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ନିକଟରେ ଥିବା ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ସମିବୃକ୍ଷ ବୁଲିବାର ମଧ୍ୟ ମଜ୍ଜା ଉଠାଇଥାନ୍ତି ।

Leave a Reply

Your email address will not be published. Required fields are marked *