Pratidin TV

Odisha's Digital News Platform

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ , ପାଛୋଟି ନେଲେ କେନ୍ଦୁଝର ବାସୀ ..

1 min read

ଆଜିଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିମାନ ଯୋଗେ କେନ୍ଦୁଝର ରେ ପହଞ୍ଚିଛନ୍ତି ମୋହନ ଚରଣ ମାଝୀ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି ।ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ୧୦.୪୦ ରେ କେନ୍ଦୁଝର ରିଜର୍ଭ ଗ୍ରାଉଣ୍ଡରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ ପଡିଆରେ ଅବତରଣ କରିବାର ସମୟ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ହେଲେ ପାଖାପାଖି 11.30ରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ। ସେଠାରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ଲାଇଫ ସେଭର୍ସ ଗ୍ରୁପ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ଉତ୍ସବରେ ଯୋଗ ଦେବେ ।

ଏହାପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା’ ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେ । ଶନିବାର ସକାଳୁ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Advertisement

ଏହାପରେ ଦିନ ୧୦ ଟାରେ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ରାଇକଳା ଆସି ମା’ଙ୍କ ହାତରୁ ପଖାଳ ଖାଇବା ଚର୍ଚ୍ଚାର ବିଷୟ ପାଲଟିଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ଜନ୍ମମାଟି ରାଇକଳା ଗସ୍ତ କରି ବିଶାଳ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଡ ସୋ ବେଳେ ରାସ୍ତାର ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ରାଇକଳା ଗ୍ରାମବାସୀ । ଗାଁ ଲୋକ, ଆତ୍ମୀୟସ୍ୱଜନ ମାଟିର ପୁଅ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ଖୁସିରେ ଆତ୍ମହରା ହୋଇପଡିଥିଲେ । ପୁଣିଥରେ ରାଜ୍ୟ ମୁଖିଆଙ୍କୁ ପାଖରେ ପାଇବେ ରାଇକଳାବାସୀ।ଯାହାକୁ ନେଇ ଏବେ ସମସ୍ତେ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *