Pratidin TV

Odisha's Digital News Platform

ଗାୟକଙ୍କୁ ମୃତ୍ୟଶଯ୍ୟାରେ ଦେଇଥିଲେ କଥା , ହେଲେ କଥା ରଖିଲେନି ଶାହରୁଖ..

1 min read

କ୍ୟାନସର ସହ ଲଢ଼ି ଲଢ଼ି ଶେଷରେ ଆଖି ବୁଜିଦେଇଥିଲେ  ପ୍ରସିଦ୍ଧ ଗାୟକ ଆଦେଶ ଶ୍ରୀବାସ୍ତବ ।  ତାଙ୍କର କଣ୍ଠରୁ ‘ଚଲତେ-ଚଲତେ’ ଏବଂ ‘ବାଘବାନ୍’ ଭଳି ଚଳଚ୍ଚିତ୍ରରେ ନିଜର ସ୍ୱର ଦେଇ ସେ ବେଶ ପ୍ରସିଦ୍ଧ ଲାଭ କରିଥିଲେ  । କେବଳ ଜଣେ ପ୍ରସିଦ୍ଧ ଗାୟକ ନଥିଲେ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ  । ଆଦେଶ ଶ୍ରୀବାସ୍ତବ ଏପରି ଜଣେ ବ୍ୟକ୍ତି ଯିଏ ରାତି ତିନିଟାରେ ବି ନିଜ ପ୍ରିୟଜନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିଲେ। ହେଲେ ତାଙ୍କର ସେହି ଖରାପ ସମୟରେ କେହିବି ତାଙ୍କୁ ସାହାଯ୍ୟ କରିନଥିବା କହିଛନ୍ତି ଆଦେଶଙ୍କ ପତ୍ନୀ ବିଜୟତା ପଣ୍ଡିତ। ବିଶେଷ କରି ସେ ଶାହରୁଖ ଖାନଙ୍କ ନାମ ନେଇଛନ୍ତି। ତାଙ୍କ କହିବା ମୁତାବକ, ଆଦେଶ ମୃତ୍ୟୁଶଯ୍ୟାରେ ଥିବା ବେଳେ ଶାହରୁଖଙ୍କୁ ତାଙ୍କ ପୁଅର ଯତ୍ନ ନେବାକୁ କହିଥିଲେ। ହେଲେ ଆଦେଶଙ୍କ ମୃତ୍ୟୁ ପରେ ଶାହରୁଖ ତାଙ୍କ ପରିବାର ସହ ଯୋଗାଯୋଗ କରିନଥିଲେ।

 ବିଜୟତା କହିଛନ୍ତି ଯେ, “ଯେତେବେଳେ ଆଦେଶ ଡାକ୍ତରଖାନାରେ ଭର୍ତ୍ତି ଥିଲେ, ଶାହାରୁଖ ଦେଖା କରିବାକୁ ଆସିଥିଲେ। ଦେହାନ୍ତ ହେବାର ଗୋଟିଏ ଦିନ ପୂର୍ବରୁ କିଛି କହିପାରୁନଥିବା ଆଦେଶ ଶାହାରୁଖଙ୍କ ହାତ ଧରି ଆମ ପୁଅ ଅବୀତେଶଙ୍କ ଆଡକୁ ଚାହିଁଥିଲେ। ଏଭଳି କରି, ମୁଁ ଯିବା ପରେ ତୁମେ (ଶାହରୁଖ ଖାନ) ଅବୀତେଶଙ୍କର ଯତ୍ନ ନେବ ବୋଲି ସେ କହିବାକୁ ଚାହୁଥିଲେ। ହେଲେ ଆଦେଶଙ୍କ ଦେହାନ୍ତ ପରେ ଶାହରୁଖ ଥରୁଟିଏ ବି ଆମ ସହ ଯୋଗାଯୋଗ କରିନଥିଲେ। ସେ ଯେଉଁ ନମ୍ବର ଦେଇଥିଲେ, ତାହା ମଧ୍ୟ ଅଚଳ ଥିଲା। ” ସେ କହିଛନ୍ତି ଶାହରୁଖ ଦେଇଥିବା କଥା ରଖିନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *