Pratidin TV

Odisha's Digital News Platform

Mid-Day Meal ତରକାରୀରୁ ଆଳୁ ଖୋଜି ପାଇଲେନି ମନ୍ତ୍ରୀ , ଖାଇଲେ ଖାଲି ରୁଟି ..

1 min read

ସ୍କୁଲ ରେ  ପିଲାମାନଙ୍କ ସହିତ ମଧ୍ୟାହ୍ନ ଭୋଜନ କରିବାକୁ ବସିଥିଲେ ମନ୍ତ୍ରୀ ।ମନ୍ତ୍ରୀ ଙ୍କ ସାମ୍ନାରେ ରହିଥିଲା ତରକାରୀ ବାଲ୍ଟି , କାରଣ ମୋହଦୟ ତାଙ୍କ ଆବଶ୍ୟକ ମୁତାବକ ତରକାରୀ ନେଇ ପାରିବେ।  ମନ୍ତ୍ରୀ ତରକାରୀରୁ ଆଳୁ ଖୋଜିଥିଲେ ହେଁ ତାଙ୍କୁ ମିଳି ନଥିଲା। ଅନେକଥର ସେ ଆଳୁ ତରକାରୀରୁ ଆଳୁ ଖୋଜିଖୋଜି ଶେଷରେ ଖାଲି ଝୋଳରେ ସେ ଦୁଇଟି ରୁଟି ନେଇ ଖାଇବାକୁ ବାଧ୍ୟ ହୋଇଥିଲେ।

 ପ୍ରକୃତରେ । ମଧ୍ୟପ୍ରଦେଶରେ ମୋହନ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ  ଶତ୍ରୁଘ୍ନ ସିଂହ ତୋମର ବର୍ଷା ପ୍ରବଣ ଅଂଚଳ ବୁଲି ଦେଖିଥିଲେ ।  ଏହିଗସ୍ତ  ସମୟରେ ଶକ୍ତିମନ୍ତ୍ରୀ ପିଏମଶ୍ରୀ  ସ୍କୁଲରେ ହଠାତ ପହଞ୍ଚିଥିଲେ।  ଯେଉଁ ସମୟରେ ଶକ୍ତିମନ୍ତ୍ରୀ ସ୍କୁଲରେ ପହଞ୍ଚିଥିଲେ ସେହି ସମୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପରସା ଯାଉଥିଲା। ଏହା ଦେଖି ଖାଦ୍ୟର ଗୁଣାବତ୍ତା ପରଖିବା ପାଇଁ ମନ୍ତ୍ରୀ ତାଙ୍କର କିଛି କର୍ମଚାରୀଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ବସି ପଡ଼ିଥିଲେ।

Advertisement

ମନ୍ତ୍ରୀ ମୋହଦୟଙ୍କୁ ଖାଦ୍ୟ ପରସା ଯାଇଥିଲା। ଏହି ସମୟରେ ଆଳୁ ତରକାରୀର ବାଲ୍ଟି ତାଙ୍କ ସମ୍ନାରେ ରଖାଯାଇଥିଲା। କାରଣ ମୋହଦୟ ତାଙ୍କ ଆବଶ୍ୟକ ମୁତାବକ ତରକାରୀ ନେଇ ପାରିବେ।  ମନ୍ତ୍ରୀ ତରକାରୀରୁ ଆଳୁ ଖୋଜିଥିଲେ ହେଁ ତାଙ୍କୁ ମିଳି ନଥିଲା। ଅନେକଥର ସେ ଆଳୁ ତରକାରୀରୁ ଆଳୁ ଖୋଜିଖୋଜି ଶେଷରେ ଖାଲି ଝୋଳରେ ସେ ଦୁଇଟି ରୁଟି ନେଇ ଖାଇବାକୁ ବାଧ୍ୟ ହୋଇଥିଲେ।

ଖାଉଥିବା ସମୟରେ ଶକ୍ତିମନ୍ତ୍ରୀ ଜିଲ୍ଲା ପଞ୍ଚାୟତର ସିଇଓଙ୍କୁ ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ମିଡ‌ଡେ ମିଲର ଗୁଣବତ୍ତା ସୁଧାରିବା ପାଇଁ ନିର୍ଦ୍ଦେଶ ଦେଇ କାହାକୁ କିଛି ନକହି ସେଠାରୁ ବାହାରି ଯାଇଥିଲେ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *