Pratidin TV

Odisha's Digital News Platform

ହେଲା ବଡ଼ ଖୁଲାସା :ହିନ୍ଦୁ ନୁହନ୍ତି ଗୋବିନ୍ଦାଙ୍କ ପତ୍ନୀ , ମଦ ପିଇବା ପାଇଁ ବାପା ମାଆ ମିଛ କହି ବଦଳାଇଥିଲେ ଧର୍ମ ..

1 min read

ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଅହୁଜା ବହୁତ ମେଳାପୀ ଏବଂ ଚୂଲୁବୁଲି ଅଟନ୍ତି  | ସେ ତାଙ୍କ ପରିବାରର ସାନ ଏବଂ ଲାଡଲୀ ଥିଲେ  | ନିକଟରେ ଏକ ସାକ୍ଷାତକାରରେ ସୁନୀତା ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି  | ସେ  କହିଥିଲେ ଯେ ସେ ନିଜ ପରିବାର କିମ୍ବା ପ୍ରେମ ପାଇଁ ନୁହେଁ ବରଂ ମଦ୍ୟପାନ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି। ସୁନୀତା କହିଛନ୍ତି ଯେ ମୋ ମା ନେପାଳର ଏବଂ ବାପା ପଞ୍ଜାବୀ। ମୁଁ ବାନ୍ଦ୍ରାରେ ଜନ୍ମଗ୍ରହଣ କରିଥିଲି | ସେତେବେଳେ ମୁଁ ଏକ ଖ୍ରୀଷ୍ଟିଆନ ସ୍କୁଲ୍‌ରେ ପଢୁଥିଲି ଯେଉଁଠାରେ ସମସ୍ତେ ଖ୍ରୀଷ୍ଟିଆନ ଥିଲେ । ମୁଁ ମୋର ପିଲାଦିନରୁ ଶୁଣିଥିଲି ଯେ ଯୀଶୁଙ୍କ ରକ୍ତ ୱାଇନ ଅଟେ । ମୁଁ ଭାବିଲି ୱାଇନ୍‌ ହେଉଛି ମଦ । ମୁଁ ଭାବିଲି ମଦ୍ୟପାନ କରିବାରେ ପାପ କ’ଣ? ଏହି ଇଛାକୁ ପୂରଣ କରିବା ପାଇଁ, ମୁଁ ଖ୍ରୀଷ୍ଟିଆନ ହୋଇଗଲି | ଯଦିଓ ମୁଁ ଆଜି ବି ଏହି ଧର୍ମକୁ ଅନୁସରଣ କରୁଛି | ମୋର ପିତାମାତା ଏପର୍ଯ୍ୟନ୍ତ ଏ ବିଷୟରେ ଜାଣି ନାହାଁନ୍ତି |ଏହି ସାକ୍ଷାତକାରରେ ସୁନୀତା କହିଛନ୍ତି ଯେ ସେ ପ୍ରତ୍ୟେକ ଶନିବାର ଚର୍ଚ୍ଚକୁ ଯାଆନ୍ତି। କେବଳ ଏତିକି ନୁହେଁ, ସେ ପ୍ରତ୍ୟେକ ଧର୍ମରେ ବିଶ୍ୱାସ କରନ୍ତି। ସେ ସବୁଆଡେ ଯିବାକୁ ପସନ୍ଦ କରନ୍ତି – ମନ୍ଦିର, ଗୁରୁଦ୍ୱାର, ଦରଘା |

ସୁନୀତା ଏହାମଧ୍ୟ କହିଥିଲେ କି ସେ ପାଠ ପଢାରେ ବହୁତ ଦୁର୍ବଳ ଥିଲେ । ପିଲାଦିନେ ସେ ବହି ଖୋଲିଲେ ତାଙ୍କୁ ନିଦ ଆସୁଥିଲା। ଟ୍ୟୁସନ ସମୟରେ ସେ ବାଥରୁମ ଯିବା ବାହାନା ସେଠାରେ ଶୋଇପଡନ୍ତି। ଗୋବିନ୍ଦାଙ୍କ ସହ ପ୍ରଥମ ସାକ୍ଷାତ ବିଷୟରେ ସୁନୀତା କହିଥିଲେ ଯେ ତାଙ୍କ ଭଉଣୀର ବିବାହ ଗୋବିନ୍ଦାଙ୍କ ମାମୁଁଙ୍କ ସହ ହୋଇଥିଲା। ସେ ଏହି ବିବାହରେ ପ୍ରଥମ ଥର ପାଇଁ ଗୋବିନ୍ଦାଙ୍କୁ ଦେଖିଥିଲେ। ଏହି ସମୟରେ ସେ ନବମ ଶ୍ରେଣୀରେ ଥିଲେ ଗୋବିନ୍ଦା B.COMର ଶେଷ ବର୍ଷରେ ପଢୁଥିଲେ। ଏହି ବିବାହରେ ମୁଁ ଗୋବିନ୍ଦାଙ୍କୁ ତାଙ୍କୁ ପ୍ରଥମ ଥର ଦେଖିଲି ।

Advertisement

ମୋ ଭିଣେଇ ବି କହିଥିଲେ ଯେ ଗୋବିନ୍ଦା ଜଣେ ଅତି ସରଳ ବ୍ୟକ୍ତି, ସେ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଏହା ମଧ୍ୟ କହିଥିଲେ କୌଣସି ଝିଅ ଗୋବିନ୍ଦାଙ୍କୁ ଇମ୍ପ୍ରେସ କରିପାରିବ ନାହିଁ। ମୁଁ ଭିଣୋଇଙ୍କୁ କହିଲି ଯେ ମୁଁ ଏହା କରିପାରିବି। ତା’ପରେ ସେ ମୋତେ ଏପରି କରିବାକୁ ଚାଲେଞ୍ଜ ଦେଇଥିଲେ। ଗୋବିନ୍ଦାଙ୍କ ପ୍ରଥମ ଚଳଚ୍ଚିତ୍ର ‘ତନ୍ ବଦନ୍’ ସମୟରେ ସୁନୀତାଙ୍କୁ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଫର କରାଯାଇଥିଲା। ହେଲ ସେ ମନା କରିଦେଇଥିଲେ। ‘ଫିଲ୍ମର ମୁହୁର୍ତ୍ତ ସମୟରେ ମୁଁ, ମୋ ଭାଇ ଏବଂ ଗୋବିନ୍ଦା ଏକ କାରରେ ଏକାଠି ଯାଉଥିଲୁ। ସେହି ସମୟରେ ସେ ମୋ ପାଖରେ ବସିଥିଲେ । ତାଙ୍କର ମୋ ପ୍ରତି ଫିଲିଂ ଥିଲା । ଏହା ପରେ ଆମର ପ୍ରେମ ସମ୍ପର୍କ ଆରମ୍ଭ ହେଲା । ସୁନୀତା  କହିଛନ୍ତି ‘ମୁଁ ୧୮ ବର୍ଷ ବୟସରେ ଗୋବିନ୍ଦାଙ୍କୁ ବିବାହ କରିଥିଲି ଏବଂ ୧୯ ବର୍ଷ ବୟସରେ ପ୍ରଥମ ସନ୍ତାନର ମାଆ ହୋଇଥିଲେ ।

Leave a Reply

Your email address will not be published. Required fields are marked *