Pratidin TV

Odisha's Digital News Platform

କ୍ଲାସ ରୁମରେ ଚାଲିଥିଲା ପାଠ ପଢ଼ା , ଏସି ଭିତରୁ ବାହାରିଲା ସାପ , ଭିଡିଓ ଭାଇରଲ …

1 min read

କ୍ଲାସ ରୁମରେ ଚାଲିଥିଲା ପାଠ ପଢ଼ା । ଶ୍ରେଣୀଗୃହ ଭିତରେ ବସିଥିଲା ଛାତ୍ରଛାତ୍ରୀ । ଠିକ ସେହି ସମୟରେ ଶ୍ରେଣୀଗୃହ ଭିତରେ ଥିବା ଏସିରୁ ବାହାରିଲା ସାପ । ଯାହାକୁ ଦେଖିବା ପରେ ପୁରା ଶ୍ରେଣୀ ଗୃହରେ ବସିଥିବା ଛାତ୍ରଛାତ୍ରୀ ଭୟଭୀତ ହୋଇଯାଇଥିଲେ । ଏବେ ସେହି ସମୟର ଏକ ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସାପକୁ ଦେଖି ଛାତ୍ରଛାତ୍ରୀମାନେ କିଭଳି ପ୍ରତିକ୍ରିୟା ଦେଇଥିଲେ ତାହା ସାମ୍ନାକୁ ଆସିଛି। ଏହି ଘଟଣା ନୋଏଡାସ୍ଥିତ ଆମିଟି ବିଶ୍ୱବିଦ୍ୟାଳୟରେ ଘଟିଛି । ସକାଳ ସମୟରେ ପାଠପଢ଼ା ଚାଲିଥିବା ବେଳେ ପ୍ରଫେସର ପାଠ ପଢ଼ାଉଥିଲେ। ଏହି ସମୟରେ କିଛି ଛାତ୍ରଛାତ୍ରୀଙ୍କ ଆଖି ଏସି ଉପରେ ପଡିଥିଲା ​​।

ସେହି ସମୟରେ ଏସି ଭିତରୁ ହଠାତ୍ କଳା ରଙ୍ଗର ସାପ ବାହାରି ଆସୁଥିବା ଦେଖି ଛାତ୍ରଛାତ୍ରୀମାନେ ପାଟି କରିବାକୁ ଲାଗିଥିଲେ। ଏହା ଦେଖି ପଢ଼ାଉଥିବା ପ୍ରଫେସର ସେମାନଙ୍କୁ ଶାନ୍ତ ରହିବାକୁ କହିଥି‌ଲେ। ତେବେ ପରେ କ’ଣ ଘଟିଲା, ତାହାର ସୂଚନା ମିଳିପାରି ନାହିଁ। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ସ୍ନେକ୍‌ ହେଲ୍ପଲାଇନରଙ୍କୁ ଫୋନ୍‌ କରିବାରୁ ସେ ଆସି ସାପକୁ କ୍ଲାସ୍‌ରୁମ୍‌ରୁ ବାହାର କରିଥିଲେ। ଏହା ପରେ ପିଲାମାନଙ୍କ ମଧ୍ୟରୁ ଭୟ ଦୂର ହୋଇଥିଲା। ଅନ୍ୟପକ୍ଷରେ ଜାରି ରହିଥିବା ବର୍ଷା ଯୋଗୁ ଏହି ଅଞ୍ଚଳରେ ସାପ ଦେଖିବାକୁ ମିଳୁଛି।

Advertisement

Leave a Reply

Your email address will not be published. Required fields are marked *