Pratidin TV

Odisha's Digital News Platform

ଛାତ୍ରକୁ ବଞ୍ଚାଇ , ନିଜେ ବୁଡିଗଲେ ଶିକ୍ଷକ..

1 min read

ନୟାଗଡ : ନଦୀରେ ବୁଢିଯାଉଥିବା ଛାତ୍ରକୁ ବଞ୍ଚାଇବାକୁ ନିଜେ ପାଣି ଗର୍ଭକୁ ଡେଇଁ ପଡିଲେ ଶିକ୍ଷକ । ଛାତ୍ରଟିକୁ ଉଦ୍ଧାର କରିଦେଲେ କିନ୍ତୁ ନିଜେ ଆଉ ବାହାରିପାରିଲେନି ନଦୀ ଗର୍ଭରୁ । ଚାଲିଗଲା ୩୨ ବର୍ଷିୟ ଜଣେ ଶିକ୍ଷକଙ୍କ ଜୀବନ ।ମୃତକ ଶିକ୍ଷକ ହେଉଛନ୍ତି ସରୋଜ ଦାସ । ଏଭଳି ଏକ ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅଧୀନ କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟ ମହାନଦୀରେ ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ମହାକାଳପଡାରୁ ସରୋଜ ଦାସ ଓ ଅନ୍ୟ ଶିକ୍ଷକମାନେ , ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଧରି ପିକନିକ୍ କରିବା ପାଇଁ କଣ୍ଟିଲୋ ଆସିଥିଲେ । ସେଠାରେ କିଛି ଛାତ୍ର ନଦୀ ତୁଠରେ ଗାଧାଉଥିଲେ । ଏହି ସମୟରେ ହିଁ ଜଣେ ଛାତ୍ର ଅଜାଣତରେ ନଦୀ ଭିତରକୁ ଚାଲିଯାଇଥିଲା । ସେ ବୁଡିଯାଉଥିବାର ଦେଖି ଶିକ୍ଷକ ସରୋଜ ଦାସ କ୍ଷଣଙ୍କ ପାଇଁ ମଧ୍ୟ ଚିନ୍ତା ନକରି ପାଣିଭିତରକୁ ଡେଇଁପଡିଥିଲେ । କିନ୍ତୁ ନଦୀର ପାଣି ଅତ୍ୟନ୍ତ ସ୍ରୋତପଖର ସହ ଗଭୀର ହୋଇଥିବାରୁ ଶିକ୍ଷକ ମଧ୍ୟ ସେଠାରେ ବୁଡିଯାଇଥିଲେ ।

Advertisement

ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରଟି ଉଦ୍ଧାର ହୋଇଯାଇଥିଲା । କିନ୍ତୁ ସରୋଜ ସେତେବେଳକୁ ନଦୀରେ ବୁଡିଯାଇଥିଲେ । ଅନେକ ଖୋଜା ଖୋଜି ପରେ ସ୍ଥାନୀୟ ଲୋକେ ସରୋଜଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠଅରେ ଡାକତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *